Ruturaj Gaikwad : ବିରଳ ବିଶ୍ଵରେକର୍ଡ, ଗୋଟିଏ ଓଭରରେ ୭ ଛକା

Share this:

ନୂଆଦିଲ୍ଲୀ: Maharashtra opener Ruturaj Gaikwad ମହାରାଷ୍ଟ୍ର ଯୁବ ବ୍ୟାଟସ୍ ମ୍ୟାନ୍ ଋତୁରାଜ ଗାଏକ୍ୱାଡ ସୋମବାର କ୍ରିକେଟରେ ଏକ ବିଶ୍ଵ ରେକର୍ଡ କରିଛନ୍ତି। ବିଜୟ ହଜାରେ ଟ୍ରଫି (Vijay Hazare Trophy) ରେ ମହାରାଷ୍ଟ୍ର ପାଇଁ ଖେଳୁଥିବା ଋତୁରାଜ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚରେ ଏକ ଓଭରରେ ୭ଟି ଛକା ମାରି କ୍ରିକେଟରେ ଇତିହାସ ରଚିଛନ୍ତି। ୫୦ ଓଭର କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ।


ସୂଚନା ଅନୁସାରେ ମହାରାଷ୍ଟ୍ରର ୪୯ ତମ ଓଭରରେ ମ୍ୟାନ୍ ଋତୁରାଜ ଗାଏକ୍ୱାଡ ଏହି ବିରଳ ପ୍ରଦର୍ଶନ କରିଥିଲେ। ସ୍ପିନର ଶିବ ସିଂହଙ୍କ ଏହି ଓଭରରେ ଗୋଟିଏ ନୋ ବଲ ଥିଲା। ଏହି ଓଭର ସାତଟି ବଲରୁ ଗାଏକୱାଡ ସାତଟି ବଲକୁ ୭ଟି ଛକା ମାରି ମୋଟ ୪୩ ରନ୍ ସଂଗ୍ରହ କରିଥିଲେ।

Advertisement

bolt-smart-watch

ଋତୁରାଜ ଗାଏକ୍ୱାଡ ( Ruturaj Gaikwad) ଏହି ଇନିଂସରେ ୧୫୯ ବଲରେ ୨୨୦ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସରେ ସେ ମୋଟ ୧୦ ଚୌକା ଓ ୧୬ ଛକା ମାରିଥିଲେ।

Read Also | Odisha Teacher Recruitment 2022: OSSC ମାଧ୍ୟମରେ ନିଯୁକ୍ତି ହେବେ ୭୫୪୦ ଶିକ୍ଷକ

Share this:

Leave a Reply

Your email address will not be published. Required fields are marked *