India Vs Netherlands Highlights: ଟିମ ଇଣ୍ଡିଆ ୫୬ ରନରେ ବିଜୟ, ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ

Share this:

ସିଡନୀ : T20 World Cup 2022 India Vs Netherlands Highlights ଟି -୨୦ ବିଶ୍ୱକପ ୨୦୨୨ରେ ଆଜି ନେଦରଲ୍ୟାଣ୍ଡ ସହିତ ଭାରତର ମ୍ୟାଚ୍ (India Vs Netherlands Highlights) ଖେଳାଯାଇଥିଲା, ଯେଉଁଥିରେ (Team India) ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ଏହି ମ୍ୟାଚ୍ ୫୬ ଜିତିନେଇଛି। ​ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଭାରତର ସ୍ଥିତି ଅଧିକ ମଜବୁତ ହୋଇଛି। ଗ୍ରୁପ୍ ବି, ଯେଉଁଥିରେ ଟିମ୍ ଇଣ୍ଡିଆ ଅଛି, ଦଳ ଦୁଇଟି ମ୍ୟାଚ୍ ଖେଳି ୪ପଏଣ୍ଟ ହାସଲ କରିଛି।  

ଆଜି ଭାରତ ନେଦରଲାଣ୍ଡ୍ କୁ ୫୬ ରନ୍‌ରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ୨୦ ଓଭରରେ ୧୭୯ ରନ କରିଥିଲା। ଏହାର ଜବାବରେ ନେଦରଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୧୨୩ ରନ୍‌ କରିଥିଲା। ଟିମ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର କୁମାର, ଆର ଅଶ୍ୱିନ ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ଉଇକେଟ୍‌ ନେଇଥିଲେ।

amazon_best_fashion

Read Also | SAFAL: କୃଷି ଋଣ ମିଳିବା ହେଲା ସହଜ, ସଫଳ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଜି ଟିମ ଇଣ୍ଡିଆ ପ୍ରଥମେ ଭଲ ପ୍ରଦର୍ଶନ କରିନଥିଲା। ଅଧିନାୟକ ରୋହିତ ଶର୍ମା  ଏବଂ ବିରାଟ କୋହଲି ଭାରତୀୟ ପାରିକୁ ସମ୍ବାଳି ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ରୋହିତ ଶର୍ମା ମାତ୍ର ୩୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ୫୩ ରନରେ କ୍ଲାସେନ ପ୍ୟାଭିଲିୟନ ପଠାଇଥିଲେ। ଏହା ପରେ କୋହଲିଙ୍କୁ ସୂର୍ଯ୍ୟକୁମାର ଯାଦବ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଦଳକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଉଭୟଙ୍କ ମଧ୍ୟରେ ୯୫ ରନର ଭାଗିଦାରୀ ହୋଇଥିଲା। ବିରାଟ କୋହଲି ୩୭ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ୪୪ ବଲରୁ ୬୨ ରନ୍ କରି ନଟ ଆଉଟ ଥିଲେ। ଇନିଂସର ଶେଷ ବଲରେ ସୂର୍ଯ୍ୟକୁମାର ଯାଦବ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

YOU MIGHT ALSO LIKE IT

Share this:

Leave a Reply

Your email address will not be published. Required fields are marked *