Odisha Weather Report: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ୧୯ ରେ ଆଉ ଏକ ଲଘୁଚାପ

Share this:

ଭୁବନେଶ୍ଵର: Odisha Weather Report ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଦିନସାରା ପ୍ରବଳ ଗରମ ସହ ଗୁଳୁଗୁଳି ହୋଇଛି। ଦିନ ୧୧ ପରଠାରୁ ରାସ୍ତାକୁ ବାହାରି ହେଉ ନଥିଲା। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ ଉପରେ ରେକର୍ଡ କରାଯାଇଛି।

ପ୍ରବଳ ଗରମରୁ ଟିକେ ମୁକ୍ତି ମିଳିପାରେ।  ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପରେ। ଏହାର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପ୍ରବେଶ କରିବା ନେଇ ସମ୍ଭାବନା ରହିଛି। ଏହାପରେ ଏହାର ରୂପରେଖ ଓ ପ୍ରଭାବ କିପରି ରହିବ ସେ ନେଇ ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ମୌସୁମୀ ବାୟୁ ସକ୍ରିୟ ହେବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ମେ ୨୭ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁପାରେ।

Read Also | Corona Cases Odisha: ରାଜ୍ୟରୁ ଆଜି ୧୪ କରୋନା ଚିହ୍ନଟ, ଏପର୍ଯ୍ୟନ୍ତ ନେଲେଣି ୬ କୋଟିରୁ ଅଧିକ ଡୋଜ ଟୀକା

Share this:

Leave a Reply

Your email address will not be published. Required fields are marked *