Covid-19 Odisha Report: ଓଡ଼ିଶାରେ ଆଜି ୩୦୮୬ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: ଓଡିଶାରେ ଆଜି ୩ ହଜାର ୮୬ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୪୫୪ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୭୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୨୮୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୮୨ଜଣ, ବାଲେଶ୍ଵରରୁ ୭୬ଜଣ, ବରଗଡ଼ରୁ ୩୬ଜଣ, ଭଦ୍ରକରୁ ୭୭ଜଣ, ବଲାଙ୍ଗୀରିରୁ ୭୬ଜଣ, ବୌଦରୁ ୧୬ଜଣ, କଟକରୁ ୩୨୫ଜଣ, ଦେଓଗଡ଼ରୁ ୬୯ଜଣ, ଢେଙ୍କାନାଳରୁ ୭୧ଜଣ, ଗଜପତିରୁ ୬୩ଜଣ, ଗଞ୍ଜାମରୁ ୪୬ଜଣ, ଜଗତସିଂପୁରରୁ ୭୪ଜଣ, ଯାଜପୁରରୁ ୧୪୯ଜଣ, ଝାରସୁଗୁଡାରୁ ୬୯ଜଣ, କଳାହାଣ୍ଡିରୁ ୭୭ଜଣ, କନ୍ଧମାଳରୁ ୨୪ଜଣ, କେନ୍ଦ୍ରାପଡ଼ାରୁ ୪୯ଜଣ, କେଉଁଝରରୁ ୩୯ଜଣ, କୋରପୁଟରୁ ୪୪ଜଣ, ମାଲକାନଗିରିରୁ ୩୦ଜଣ, ମୟୁରଭଞ୍ଜରୁ ୧୦୯ଜଣ, ନବରଙ୍ଗପୁରୁ ୮୪ଜଣ, ନୟାଗଡ଼ରୁ ୧୧୦ଜଣ, ନୂଆପଡ଼ାରୁ ୧୦୬ଜଣ, ପୁରୀରୁ ୪୨ଜଣ, ରାୟଗଡାରୁ ୪୦ଜଣ, ସମ୍ବଲପୁରରୁ ୭୫ଜଣ, ସୋନପୁରରୁ ୩୫ଜଣ, ସୁନ୍ଦରଗଡରୁ ୨୧୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୨୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୬ ଲକ୍ଷ ୮୬ହଜାର ୪୮୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୫୨ହଜାର ୩୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯ ହଜାର ୧୯୧ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୧ହଜାର ୫୪୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୨ହଜାର ୯୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।