ବର୍ତ୍ତମାନ ଓଡ଼ିଶା ଆସିଲେ RT-PCR ନେଗେଟିଭ୍‍ ରିପୋର୍ଟ କିମ୍ବା ଦୁଇ ଡୋଜ୍‍ ଟିକାକରଣ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ

Share this:

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା (Corona Virus) ସଂକ୍ରମଣ। ଆଜି ରାଜ୍ୟରୁ ୧୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛତିଶଗଡ଼ (Chhattisgarh) ପଟୁ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରିବାହୀ ଟ୍ରେନ୍‍ (Passenger Train) ବାତିଲ୍‍ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର (Suresh Chandra Mahapatra) ରେଳବାଇ ବୋର୍ଡ଼ (Railway Board) ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ସୂଚନାଅନୁସାରେ ଆସନ୍ତାକାଲିଠାରୁ ଏହି ସମସ୍ତ ଯାତ୍ରିବାହୀ ଟ୍ରେନ୍‍ ବାତିଲ୍‍ କରିବାକୁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଛତିଶଗଡ଼ ପଟୁ ଓଡ଼ିଶା ପ୍ରତି ଅଧିକ ବିପଦ ଆଶଙ୍କାରେ ଏଭଳି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲାରେ କରୋନା ମାମଲା ବଢିବା ଦେଖାଦେଇଛି। ସେହିପରି ଦେଶର ଯେକୌଣସି ସ୍ଥାନରୁ ଟ୍ରେନରେ ଓଡ଼ିଶା ଆସୁଥିବା ଯାତ୍ରୀ RT-PCR ନେଗେଟିଭ୍‍ ରିପୋର୍ଟ କିମ୍ବା ଦୁଇ ଡୋଜ୍‍ ଟିକାକରଣ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ କରାଯାଇଛି।

[amazon_auto_links id=”10233″]

Share this: