Corona Virus India: ଗତ ୨୪ ଘଣ୍ଟାରେ ଦେଶରେ ୩୧,୧୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

Share this:

ନୂଆଦିଲ୍ଲୀ: ଦେଶରେ କୋଭିଡ୍‍ ନାଇଣ୍ଟିନ୍‍ (Covid-19) ଆରୋଗ୍ୟ ହାର ୯୩.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତକାଲି ୪୧ ହଜାର ୯୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୮୮ ଲକ୍ଷ ୮୯ ହଜାର ୫୮୫ ହୋଇଛି। ଗତକାଲି ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ୪ ଲକ୍ଷ ୪୬ ହଜାର ୯୯୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଗତ ୨୪ ଘଣ୍ଟାରେ ଦେଶରେ ୩୧ ହଜାର ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ଅତିକ୍ରମ କରିଛି।

ତେବେ ସେହି ସମୟ ମଧ୍ୟରେ ସାରା ଦେଶରେ ଚିକିତ୍ସାଧୀନ ଅବସ୍ଥାରେ ୪୮୨ ଜଣଙ୍କ ମୃତ୍ୟୁ ହେବା ଫଳରେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୬୨୧ କୁ ବୃଦ୍ଧି ପାଇଛି। ସାରା ବିଶ୍ୱରେ ଭାରତରେ କରୋନା ଜନିତ ମୃତ୍ୟୁହାର ସବୁଠାରୁ କମ୍‍ ରହିଛି ଏବଂ ଗତ ୭ ଦିନ ତୁଳନାରେ ଗତକାଲି ଏହି ହାର ଏକ ପ୍ରତିଶତ ତଳକୁ ଖସିଛି।

Also Read| New Law: ବାଇକ୍ ଓ କାର ମାଲିକଙ୍କ ପାଇଁ ସରକାର କଲେ ନୂଆ ନିୟମ

[amazon_auto_links id=”10233″]

Share this: