Watch: ରାଜ୍ୟରେ ୩ ହାତୀ ମୃତ୍ୟୁ, ହିନ୍ଦୋଳରେ ହାତୀ ଓ ବାର୍‌ହାର ମୃତ୍ୟୁ

Share this:

ଢେଙ୍କାନାଳ: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଢେଙ୍କାନାଳ (Dhenkanal) ଜିଲ୍ଲା ହିନ୍ଦୋଳ (Hindol) ବନାଞ୍ଚଳର କଡଲା (Kadala) ଗ୍ରାମରେ ଏ ଘଟଣା  ଘଟିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତଦେହକୁ ଠାବ କରିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଓ ବାର୍‌ହାର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ କରିଛି ବନ ବିଭାଗ। ସୂଚନାଅନୁସାରେ ମୃତ ହାତୀଟିର ବୟସ ପ୍ରାୟ ୩୦ ବର୍ଷ ହୋଇଥିବା ବେଳେ ବାର୍‌ହାର ବୟସ ୧୦ ବର୍ଷ ହେବ। ଘଟଣା ସଂପର୍କରେ ଖବର ପାଇ ହିନ୍ଦୋଳ ବନାଞ୍ଚଳର କର୍ମଚାରୀମାନେ ପହଞ୍ଚି ହାତୀ ଓ ବାର୍‌ହାର ମୃତଦେହକୁ ଜବତ କରି ଦୋଷୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛନ୍ତି।

ସେହିପରି ସମ୍ବଲପୁର (Sambalpur) ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳରେ ବିଲ ଭିତରେ ଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି ବୋଲି ଡିଏଫ୍‍ଓ ସୂଚନା ଦେଇଛନ୍ତି। ତେବେ ଗତ ଦୁଇଦିନ ତଳୁ ହାତୀର ମୃତ୍ୟୁ ଘଟିଥିବା ବନବିଭାଗ ସନ୍ଦେହ କରୁଛି। ହାତୀ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅପରପକ୍ଷରେ ଗଞ୍ଜାମ (Ganjam) ଜିଲ୍ଲାର ଆଶିକା ଅଞ୍ଚଳର ଲାଉଗଡ଼ ଗାଁ ଧାନବିଲରୁ ଏକ ତିନିମାସର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। କାଦୁଅରେ ଫଶି ହାତୀଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Also Read| New Law: ବାଇକ୍ ଓ କାର ମାଲିକଙ୍କ ପାଇଁ ସରକାର କଲେ ନୂଆ ନିୟମ

Share this: