Corona:ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୧ ହଜାର ୯୬୮ ନୂଆ କରୋନା ପଜିଟିଭ ଚିହ୍ନଟ, ୭୮୦ ମୃତ୍ୟୁ; ଓଡ଼ିଶା ପାଇଁ ଛତିଶଗଡ଼ ଅଡୁଆ

Share this:

ନୂଆଦିଲ୍ଲୀ: ଦେଶରେ କରୋନାର (Covid-19) ଦ୍ୱିତୀୟ ଲହର ବିସ୍ଫୋରଣ ଜାରି ରହିଛି।  ମହାରାଷ୍ଟ୍ର (Maharashtra) ପରେ ଦିଲ୍ଲୀ, ଛତିଶଗଡ (Chhatishgargh), ପଞ୍ଜାବ, ମଧ୍ୟପ୍ରଦେଶ ଇତ୍ୟାଦି ରାଜ୍ୟରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ କରୋନା ଟୀକାକରଣର ଅଭାବ ମଧ୍ୟ କରୋନା ପ୍ରଭାବିତ ରାଜ୍ୟମାନଙ୍କରେ ଦେଖାଯାଉଛି।

ଦେଶରେ କରୋନା ସଂକ୍ରମଣ କମିବା ନାଆ ନେଉନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୧ ଲକ୍ଷ ୩୧ ହଜାର ୯୬୮ ନୂତନ କରୋନା ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ୬୧ ହଜାର ୮୯୯ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବାବେଳେ ୭୮୦ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ଏକ କୋଟି ୩୦ ଲକ୍ଷ ୬୦ ହଜାର ୫୪୨ ରେ ପହଞ୍ଚିଥିବାବେଳେ ଏପର୍ଯ୍ୟନ୍ତ ଏକ କୋଟି ୧୯ ଲକ୍ଷ ୧୩ ହଜାର ୨୯୨ ଜଣ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ତଥାପି ୯ ଲକ୍ଷ ୭୯ ହଜାର ୬୦୮ ସକ୍ରିୟ ମାମଲା ଅଛି। ଏହା ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୬୭ ହଜାର ୬୯୪  ରେ ପହଞ୍ଚିଛି। ଏଥି ସହିତ, ଦେଶରେ ପ୍ରାୟ ୯ କୋଟି ୪୩ ଲକ୍ଷ ୩୪ ହଜାର ୨୬୨ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

ସେହିପରି ବର୍ତ୍ତମାନ ଛତିଶଗଡ ଓଡ଼ିଶା ପାଇଁ ବିପଦ ପାଲଟିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୬୫୨ନୂଆ ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ ନିଶ୍ଚିତ ହୋଇଛି। ରାଜ୍ୟରେ ଏହି ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୨୩୧ କୁ ବୃଦ୍ଧି ପାଇଛି। ରାଜ୍ୟରେ ଏହା ପ୍ରଥମ ଥର, ଯେତେବେଳେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ଭୂତାଣୁ ସଂକ୍ରମଣ ଘଟିଛି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପୂର୍ବ ଦିନରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।

[amazon_auto_links id=”10233″]

Share this: