Covid19 Odisha Updates: ରାଜ୍ୟରେ ବଢିଲା କରୋନା, ଆଜି ୧୩୭୪ ପଜିଟିଭ ଚିହ୍ନଟ, ମୋଟ ୭ ହଜାର ପାର

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା (Corona Virus) ଦୈନିକ ସଂକ୍ରମଣ ଦ୍ରୁତଗତିରେ ବଢୁଛି। ଆଜି ୨୯ ଜିଲ୍ଲାରୁ ୧୩୭୪ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୬୨ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୫୫ ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୩୩ ଜଣ, ବାଲେଶ୍ଵରରୁ ୧୭ଜଣ, ବରଗଡ଼ରୁ ୫୯ଜଣ, ଭଦ୍ରକରୁ ୩୦ଜଣ, ବଲାଙ୍ଗରିରୁ ୧୨ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୫୧ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୫ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୨୦ଜଣ, ଜଗତସିଂପୁରରୁ ୯ଜଣ, ଯାଜପୁରରୁ ୨୫ଜଣ, ଝାରସୁଗୁଡାରୁ ୫୨ଜଣ, କଳାହାଣ୍ଡିରୁ ୪୫ଜଣ, କନ୍ଧମାଳରୁ ୩ଜଣ, କେଉଁଝରରୁ ୨୪ଜଣ, କୋରାପୁଟରୁ ୮ଜଣ, କେନ୍ଦ୍ରାପଡ଼ାରୁ ୪ଜଣ,ଖୋର୍ଦ୍ଧାରୁ ୧୯୨ଜଣ, ମୟୁରଭଞ୍ଜରୁ ୨୬ଜଣ, ନବରଙ୍ଗପୁରରୁ ୨୦ଜଣ, ନୟାଗଡ଼ରୁ ୧୩ଜଣ, ନୂଆପଡ଼ାରୁ ୧୩୫ଜଣ, ପୁରୀରୁ ୪୪ଜଣ, ରାୟଗଡାରୁ ୪୭ଜଣ, ସମ୍ବଲପୁରରୁ ୭୭ଜଣ, ସୋନପୁରରୁ ୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୩ ଲକ୍ଷ ୩୮ ହଜାର ୭୦୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୮ ହଜାର ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୧୦ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୯   ହଜାର ୨୦୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ହଜାର ୩  ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: