West Bengal Election: କୋଚବିହାର ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦାୟୀ: ମମତା ବାନାର୍ଜୀ

Share this:

କୋଲକାତା: ପଶ୍ଚିମବଙ୍ଗ (West Bengal) ର କୋଚବିହାର (Cooch Behar) ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଙ୍କୁ ଦାୟୀ କରିଛନ୍ତି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆଜିର ଘଟଣା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ଦାୟୀ। ସେ କହିଛନ୍ତି ମୁଁ କେନ୍ଦ୍ରୀୟ ସେନାକୁ ଦୋଷ ଦେଉ ନାହିଁ କାରଣ ସେମାନେ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରନ୍ତି।  ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ବେଳେ କୋଚବିହାର ସୀତାଲାକୁଚି (Sitalkuchi) ରେ ହିଂସା ଦେଖାଦେଇଥିଲା ଯେଉଁଥିରେ ୪ଜଣ ପ୍ରାଣ ହରାଇଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ସିଆରପିଏଫ୍ ଆଜି ସୀତାଲୁଚିରେ ୪ ଜଣଙ୍କୁ ଗୁଳି କରିଥିଲା ​​ ସକାଳେ ଅନ୍ୟ ଜଣେଙ୍କର ମୃତ୍ୟୁ ହୋଇଥିଲା। CRPF ସହିତ ମୋର କୌଣସି ଶତ୍ରୁତା ନାହିଁ। କିନ୍ତୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯେଉଁ ଷଡଯନ୍ତ୍ର କରାଯାଇଛି, ତାହା ଆଜି ସାମ୍ନାକୁ ଆସିଥିବା ଏହି ଘଟଣାର ପ୍ରମାଣ। ମମତା ଏହା ମଧ୍ୟ କହିଛନ୍ତି CRPF ଭୋଟ୍ ଦେବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ଗୁଳି ଚଳାଇଲା, ସେମାନେ ଏସବୁ କରିବାକୁ କିପରି ସାହସ କରନ୍ତି? ବିଜେପି (BJP) ଜାଣେ ଯେ ସେମାନେ ନିର୍ବାଚନରେ ହାରୁଛନ୍ତି, ତେଣୁ ଆମର ଭୋଟର ଏବଂ କର୍ମୀଙ୍କୁ ହତ୍ୟା କରାଯାଉଛି।

ଏହି ସମୟରେ ଗଣମାଧ୍ୟମରେ ଚାଲିଥିବା ଖବରକୁ ନେଇ CRPF ର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏହି ହିଂସାକୁ ନେଇ CRPF ଆଜି ଏକ ସ୍ପଷ୍ଟୀକରଣ ଜାରି କରିଛି। CRPF ତରଫରୁ କୁହାଯାଇଛି ଯେ ହିଂସା ଘଟିଥିବା ସୀତାଲାକୁଚି ବୁଥରେ କୌଣସି CRPF ୟୁନିଟ୍ ରଖାଯାଇ ନାହିଁ। CRPF ଦ୍ଵାରା କୁହାଯାଇଛି ଯେ ବୁଥ୍ ନମ୍ବର ୧୨୬ରେ CRPF ୟୁନିଟ୍ ନିୟୋଜିତ ହୋଇନାହିଁ କିମ୍ବା ଏହି ହିଂସା ଘଟଣାରେ CRPF ର କୌଣସି ସମ୍ପୃକ୍ତି ନାହିଁ।

ଏପଟେ ଭୁଲ ବୁଝାମଣା ପାଇଁ ୪ଜଣଙ୍କ ଜୀବନ ଚାଲିଯାଇଥିବା କହିଛନ୍ତି ନିର୍ବାଚନ କମିସନ।

[amazon_auto_links id=”9939″]

Share this: