Covid19 Odisha Updates: ରାଜ୍ୟରୁ ଆଜି ୧୩୭୯ ପଜିଟିଭ ଚିହ୍ନଟ, ବ୍ୟାପିଲା ସମସ୍ତ ୩୦ ଜିଲ୍ଲାକୁ

Share this:

ଭୁବନେଶ୍ଵର: ଆଜି ୩୦ ଜିଲ୍ଲାରୁ ୧୩୭୯ ଜଣ କରୋନା (Corona Virus) ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୭୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିନା ଲକଡାଉନରେ କରୋନା ସହ ଲଢିବା, ସଭିଏଁ ମାସ୍କ ପିନ୍ଧିବା ଏବଂ ସମସ୍ତ କୋଭିଡ଼ ନିୟମ ପାଳନ କରିବାକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।   

ଆଜି ସର୍ବାଧିକ ୩୧୭ ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୨୭ ଜଣ, ବାଲେଶ୍ଵରରୁ ୩୩ଜଣ, ବରଗଡ଼ରୁ ୬୮ଜଣ, ଭଦ୍ରକରୁ ୩୬ଜଣ, ବଲାଙ୍ଗରିରୁ ୫୪ଜଣ, ବୌଦ୍ଧରୁ  ଜଣେ, କଟକରୁ ୫୬ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୪ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୩୧ଜଣ, ଜଗତସିଂପୁରରୁ ୬ଜଣ, ଯାଜପୁରରୁ ୧୯ଜଣ, ଝାରସୁଗୁଡାରୁ ୪୨ଜଣ, କଳାହାଣ୍ଡିରୁ ୩୦ଜଣ, କନ୍ଧମାଳରୁ ୧୦ଜଣ, କେଉଁଝରରୁ ୩୦ଜଣ, କୋରାପୁଟରୁ ୯ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ,ଖୋର୍ଦ୍ଧାରୁ ୧୫୮ଜଣ, ମୟୁରଭଞ୍ଜରୁ ୪୯ଜଣ, ମାଲକାନଗିରିରୁ ୪ଜଣ,  ନବରଙ୍ଗପୁରରୁ ୭୧ଜଣ, ନୟାଗଡ଼ରୁ ୧୮ଜଣ, ନୂଆପଡ଼ାରୁ ୯୦ଜଣ, ପୁରୀରୁ ୪୩ଜଣ, ରାୟଗଡାରୁ ୨୫ଜଣ, ସମ୍ବଲପୁରରୁ ୮୬ଜଣ, ସୋନପୁରରୁ ୧୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୩ ଲକ୍ଷ ୭୦ ହଜାର ୩୫୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୯ ହଜାର ୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୦୩ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୯   ହଜାର ୬୦୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ହଜାର ୯୭୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: