Covid19 Odisha Updates: ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ ୧୨୮୨ କରୋନା ପଜିଟିଭ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା (Corona Virus) ବଢିଚାଲିଛି। ଦୈନିକ ସଂକ୍ରମଣ ଦ୍ରୁତଗତିରେ ବଢୁଛି। ଆଜି ରାଜ୍ୟରୁ ଏକ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାକି ଚିନ୍ତାଜନକ। ଆଜି ୨୮ ଜିଲ୍ଲାରୁ ୧୨୮୨ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୨୭ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୨୨୪ ଜଣ କରୋନା ସଂକ୍ରମିତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନଗୁଳରୁ ୪୯ଜଣ, ବାଲେଶ୍ଵରରୁ ୧୦ଜଣ, ବରଗଡ଼ରୁ ୮୪ଜଣ, ଭଦ୍ରକରୁ ୨୪ଜଣ, ବଲାଙ୍ଗରିରୁ ୪୫ଜଣ, କଟକରୁ ୬୩ଜଣ, ଦେଓଗଡ଼ରୁ ୩ଜଣ, ଢେଙ୍କାନାଳରୁ ୨ଜଣ, ଗଜପତିରୁ ଜଣେ, ଗଞ୍ଜାମରୁ ୩୨ଜଣ, ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡାରୁ ୩୬ଜଣ, କଳାହାଣ୍ଡିରୁ ୧୦୮ଜଣ, କନ୍ଧମାଳରୁ ୭ଜଣ, କେଉଁଝରରୁ ୬ଜଣ, କୋରାପୁଟରୁ ୮ଜଣ, କେନ୍ଦ୍ରାପଡ଼ାରୁ ୬ଜଣ, ଖୋର୍ଦ୍ଧାରୁ ୧୯୨ଜଣ, ମୟୁରଭଞ୍ଜରୁ ୫୨ଜଣ, ନବରଙ୍ଗପୁରରୁ ୨୭ଜଣ, ନୟାଗଡ଼ରୁ ୧୦ଜଣ, ନୂଆପଡ଼ାରୁ ୮୨ଜଣ, ପୁରୀରୁ ୨୮ଜଣ, ରାୟଗଡାରୁ ୧୫ଜଣ, ସମ୍ବଲପୁରରୁ ୮୨ଜଣ, ସୋନପୁରରୁ ୧୨ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୫ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯୩ ଲକ୍ଷ ୪ ହଜାର ୭୧୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୪୬ ହଜାର ୮୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୨୮ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୮  ହଜାର ୮୯୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ହଜାର ୯୪୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Share this: