New Strain: ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଫେରନ୍ତାକୁ ସଂଗରୋଧରେ ରହିବା ବାଧ୍ୟତାମୂଳକ:ଓଡ଼ିଶା ସରକାର
ଭୂବନେଶ୍ଵର:ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଭର୍ଚୁଆଲ ମାଧ୍ୟମରେ ଆନ୍ଧ୍ରପ୍ରଦେଶ (Andra Pradesh) ଓ ତେଲଙ୍ଗାନା (Telegana) ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀଙ୍କ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଏହି ଦୁଇଟି ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୭ରୁ୧୪ ଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Related Post | 5G ପରୀକ୍ଷଣ ହେତୁ ଦେଶରେ କରୋନା ବଢୁଛି କି? WHO ର ସ୍ପଷ୍ଟୀକରଣ
ସୂଚନାଯୋଗ୍ୟ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ଏକ ନୂତନ ଭୂତାଣୁ ଦେଖିବାକୁ ମିଳିଛି। ଏହାର ନାମ AP Strain ଏବଂ N440K। ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) କେନ୍ଦ୍ରର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହା ଭାରତର ବର୍ତ୍ତମାନର ଷ୍ଟ୍ରେନ୍ ତୁଳନାରେ ୧୫ଗୁଣ ଅଧିକ ବିପଦଜନକ ଅଟେ। ଏହା ହେଉଛି B1.617 ଏବଂ B1.618 ପରେ ନୂଆ ଭାରିଆଣ୍ଟ।
ଦକ୍ଷିଣ ଭାରତରେ ଏପର୍ଯ୍ୟନ୍ତ କରୋନାର ୫ଟି ଭାରିଆଣ୍ଟ ଦେଖିବାକୁ ମିଳିଛି। ଏଥିମଧ୍ୟରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ AP ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପୁଛି। ଏହାର ପ୍ରଭାବ ମହାରାଷ୍ଟ୍ରରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଷ୍ଟ୍ରେନ୍ ପ୍ରଥମେ ଆନ୍ଧ୍ରପ୍ରଦେଶର କରର୍ନଲରେ ଚିହ୍ନଟ ହୋଇଥିଲା।

