Puri: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ଜାଣନ୍ତୁ କେବେ ଏହି ପରମ୍ପରା ହୋଇଥିଲା ଆରମ୍ଭ

Share this:

ପୁରୀ: ଦୀର୍ଘ ୨୬ବର୍ଷ ପରେ ପଡୁଥିବା ଶ୍ରୀଜଗନ୍ନାଥ (Sri Jagannath) ମହାପ୍ରଭୁଙ୍କର ନାଗାର୍ଜୁନ ବେଶ (Nagarjuna Besha) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନା ସଂକ୍ରମଣ (Corona Virus) ଦୃଷ୍ଟିରୁ ଚଳିତବର୍ଷ ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ଭକ୍ତ ଓ ଶ୍ରଦ୍ଧାଳୁମାନେବଞ୍ଚିତ ହେଲେ ମଧ୍ୟ ମହାପ୍ରଭୁଙ୍କର ବେଶ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ପ୍ରଶାସନ ସୂଚନାଅନୁସାରେ, ଆସନ୍ତା ୨୭ତାରିଖରେ ଏହି ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ବେଶ ଦାତା, ସେବକ ବଳରାମ ଖୁଣ୍ଟିଆଙ୍କ ଘରେ ସମ୍ପୂର୍ଣ୍ଣ ବିଧିବ୍ୟବସ୍ଥା ମଧ୍ୟରେ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମହାପ୍ରଭୁଙ୍କୁ ନାଗାର୍ଜୁନ ବେଶରେ ଲାଗି ହେବାକୁ ଥିବା ଡେଣୁ, ହାଣ୍ଡିଆ, ବନ୍ଧାବନ୍ଧି ହୋଇ ବିଭିନ୍ନ ଅସ୍ତ୍ରଶସ୍ତ୍ର ତିଆରି କରାଯାଉଛି। କାର୍ତ୍ତିକ ଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ୬ଦିନ ପଞ୍ଚୁକ ପଡୁଥିବାରୁ ଅତିରିକ୍ତ ଦିନରେ ନାଗାର୍ଜୁନ ବେଶ ହେବ।

ସୂଚନଯୋଗ୍ୟ ୧୯୯୪ମସିହାରେ ଶେଷ ଥର ଲାଗି ଶ୍ରୀଜୀଉଙ୍କର ଏହି ବେଶ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ଓ ଆକର୍ଷଣୀୟ ବେଶ ଦେଖିବା ଲାଗି ୧୦ଲକ୍ଷରୁ ଅଧିକ ଲୋକ ସମାଗମ ହୋଇଥିଲା। ବିଶେଷକରି ଏହି ବେଶରେ ଶ୍ରୀଜୀଉମାନଙ୍କୁ ବୀର ତଥା ପାର୍ବତ୍ୟ ବେଶରେ ସଜ୍ଜିତ କରାଯାଇଥାଏ। ବର୍ଷକରେ ଅନୁଷ୍ଠିତ ହେଉଥିବା ଅନ୍ୟ ବେଶ ଠାରୁ ଏହି ବେଶ ବିରଳ ଓ ଆକର୍ଷଣୀୟ ହୋଇଥିବାରୁ ଏହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ପୁରୀକୁ ଆସିଥାନ୍ତି।

ଏହି ବେଶରେ ମହାପ୍ରଭୁଙ୍କ ଅଣ୍ଟାରେ ନାଗାତାଟି ଭିଡା ଯାଇଥାଏ। ଧନୁଶର ସହ ତୁଣୀର, କୁଟାରୀ, ଛୁରୀ, ବାଘନଖ ଏବଂ ଏରା ପକ୍ଷୀର ପର ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀହସ୍ତ, ଶ୍ରୀପୟରରେ ଲାଗି ହୋଇଥାଏ। ମହାପ୍ରଭୁଙ୍କର ଏହି ବେଶକୁ ପର୍ଶୁରାମ ବେଶ ବୋଲି କୁହାଯାଇଥାଏ। ହିମାଚଳ ପ୍ରଦେଶର ଜଣେ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିଲେ ବୋଲି ଲୋକକଥା ଅଛି।

Also Read | Corona Vaccine News: ଫାର୍ମା କମ୍ପାନୀ ଫାଇଜରର ଦାବି, କରୋନା ଟିକା ପରୀକ୍ଷଣରେ ୯୦% ପ୍ରଭାବଶାଳୀ

Share this: