Digital University: ସ୍ଥାପନ ହେବ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଘରେ ପଢି ପାଇବେ ଡିଗ୍ରୀ

Share this:

ନୂଆଦିଲ୍ଲୀ:(PIB) AICTE, UGC and Department of Higher Education begin Digital University ଏଥର ଘରେ ବସି ପାଠ ପଢିପାରିବେ। ପାଇବେ ବିଶ୍ଵବିଦ୍ୟାଳୟ ଡିଗ୍ରୀ (University Degree)। ଏ ନେଇ ଭାରତ ସରକାର ୨୦୨୨ – ୨୦୨୩ରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ (Digital University) ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟ ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ବସି ଶିଖିବା ଓ ପଢ଼ିବା ସହିତ ବିଶ୍ୱସ୍ତରୀୟ ଗୁଣବତାସମ୍ପନ୍ନ ଶିକ୍ଷା ପ୍ରଦାନ କରିବ। ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ କରାଯିବ। ବିଶ୍ୱବିଦ୍ୟାଳୟ ଏକ ହବ୍ ସ୍ପୋକ୍ ମଡେଲ୍‌ ର ନେଟୱର୍କରେ ନିର୍ମିତ ହେବ, ଯେଉଁଥିରେ ସମସ୍ତ ବିଷୟବସ୍ତୁରେ ଅତ୍ୟାଧୁନିକ ଆଇସିଟି (ICT- Information and Communication Technology) ବିଶେଷଜ୍ଞତା ରହିବ।

ସୂଚନାଅନୁସାରେ ଦେଶର ସର୍ବଶ୍ରେଷ୍ଠ ସାର୍ବଜନିନ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାନ ହବ୍ ସ୍ପୋକ୍ ନେଟୱର୍କ ରୂପରେ ସହଯୋଗ କରିବେ। ଉଚ୍ଚ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ଅନୁଦାନ ମଞ୍ଜୁରୀ ଆୟୋଗ (UGC), ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(AICTE) ଏବଂ ଅନ୍ୟ ହିତାଧିକାରୀଙ୍କ ପରାମର୍ଶ କ୍ରମେ ଏହି ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଶୀଘ୍ର ଆରମ୍ଭ ହେବାକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି।

Share this:

Leave a Reply

Your email address will not be published. Required fields are marked *