Corona XXB Variant: ଦେଶରେ କରୋନାର ଆଉ ଏକ ଲହର ଆସି ପାରେ!-WHO

Share this:

ଭୁବନେଶ୍ଵର: Corona XXB Variant updates ବିଶ୍ଵରେ ବର୍ତ୍ତମାନ କେତକ ଦେଶରେ କୋଭିଡ-୧୯ (Covid-19) ଭୂତାଣୁ ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଏକ୍ସବି (Corona XXB Variant) କୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (World Health Organization-WHO) ର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ଵାମୀନାଥନ ସତର୍କ କରାଇଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଓମିକ୍ରନର ୩୦୦ରୁ ଅଧିକ ସବ୍‌ଭାରିଏଣ୍ଟ ଅଛି। ତେବେ ଏକ୍ସଏକ୍ସବି ଭାରିଆଣ୍ଟ ଚିନ୍ତା ବଢାଉଛି କାରଣ ଭୂତାଣୁର ଏହି ଭାରିଆଣ୍ଟ ଇମ୍ୟୁନ ସିଷ୍ଟମରୁ କୌଣସି ପ୍ରଭାବ ପଡୁ ନାହିଁ। ଏଣୁ ଧିରେ ଧିରେ ଏକ୍ସବିବି ଯୋଗୁ କିଛି ଦେଶରେ ସଂକ୍ରମଣର ନୂଆ ଲହର ଆସିପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଏକ୍ସଏକ୍ସବି ଅଧିକ ସଂକ୍ରାମକ ତେଣୁ ଏହାର ମୁକାବିଲା ଲାଗି ମାସ୍କ ପିନ୍ଧିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁସାରେ ଓମିକ୍ରନ ସବ୍‌ ଭାରିଆଣ୍ଟ ଏବେ ସାରା ବିଶ୍ୱରେ ବ୍ୟାପୁଛି। ଗତ ୨୪ ଘଣ୍ଟାରେ ଭାରତରେ ୨୦୬୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ଓଡିଶାରୁ ଆଜି ୫୭ ପଜିଟିଭ ଚିହ୍ନଟ

ଗତକାଲି ଓଡ଼ିଶାରୁ ୫୯ଜଣ କରୋନା ସଂକ୍ରମିତ (Covid Odisha Today) ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୫୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

mahimalive news

ଆଜି ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ୪ଜଣ, ବରଗଡ଼ରୁ ୩ଜଣ, ବଲାଙ୍ଗୀରିରୁ ୩ଜଣ, କଟକରୁ ଜଣେ, ଦେଓଗଡ଼ରୁ ୨ଜଣ, ଜଗତସିଂପୁରଋ ୨ଜଣ, ଯାଜପୁରରୁ ୩ଜଣ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୧୦ଜଣ, କୋରାପୁଟରୁ ୨ଜଣ, ନୟାଗଡରୁ ଜଣେ, ନୂଆପଡ଼ାରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୪ଜଣ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୧୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୭ ଲକ୍ଷ ୭୬ହଜାର ୭୯୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୫ ହଜାର ୭୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୭୩ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୩୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୬୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

bags american
Share this:

Leave a Reply

Your email address will not be published. Required fields are marked *