ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଦିବସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜନ୍ମଦିବସରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Share this:

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧି (Mahatma Gandhi) ଙ୍କର ଜୟନ୍ତୀ ଦିବସ। ଗାନ୍ଧିଜୀ ସଶରୀରରେ ନଥିଲେ ମଧ୍ୟ ତାଙ୍କର ଆଧ୍ୟାତ୍ମିକ ଦୃଷ୍ଟିକୋଣ, ନୀତି, ଆଦର୍ଶ ଏବଂ ସତ୍ୟ ନିଷ୍ଠା ଭାରତ କାହିଁକି ସମଗ୍ର ବିଶ୍ୱକୁ ଆଜି ମଧ୍ୟ ଅନୁପ୍ରାଣିତକରୁଛି। ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେକୋଭିଡ୍‍ କଟକଣା ସହ ଗାନ୍ଧିଜୟନ୍ତୀ ପାଳନ କରାଯାଉଛି। ସେହିପରି ଶାନ୍ତିର ଦୂତ ତଥା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାରଦୂର ଶାସ୍ତ୍ରୀ (Lal Bahadur Shastri) ଙ୍କର ଆଜି ମଧ୍ୟଜନ୍ମ ଦିନ।

ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଦେଶ ସ୍ମରଣ କରୁଛି। ଆଜି ୨ ଅକ୍ଟୋବର ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆଜି ସକାଳେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆମେ ପ୍ରିୟ ବାପୁଙ୍କୁ ପ୍ରଣାମ ଜଣାଉଛୁ। ତାଙ୍କ ଜୀବନ ଏବଂ ମହାନ ଚିନ୍ତାଧାରାରୁ ଅନେକ କିଛି ଶିଖିବାର ଅଛି। ବାପୁଙ୍କ ଆଦର୍ଶ ଆମକୁ ଏକ ସମୃଦ୍ଧ ତଥା କରୁଣାମୟ ଭାରତ ସୃଷ୍ଟି କରିବାରେ ମାର୍ଗଦର୍ଶକ ସାଜିବା ଜାରି ରଖିବ। ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ (Ram Nath Kovind), କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା(Amit Shah) ଙ୍କ ସମେତ ଅନେକ ବିଶିଷ୍ଟ ନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଘାଟରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ ଗାନ୍ଧୀ ଜୟନ୍ତୀ ଉପରେ ମୁଁ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ସତ୍ୟ, ଅହିଂସା ଏବଂ ପ୍ରେମର ବାର୍ତ୍ତା ସମାଜରେ ସୌହାର୍ଦ୍ଦ୍ୟ ରକ୍ଷା କରି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ବାଟ ଖୋଲିଥାଏ। ସେ ସମସ୍ତ ମାନବିକତା ପାଇଁ ପ୍ରେରଣା ଉତ୍ସ ହୋଇ ରହିଛନ୍ତି।

ରାଷ୍ଟ୍ରପତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରିଥିଲେ। ସେ ଟୁଇଟ୍ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାତା ଭାରତର ସେହି ମହାନ ପୁତ୍ର ଅଦୃଶ୍ୟ ଉତ୍ସର୍ଗୀକୃତତା ଏବଂ ଅଖଣ୍ଡତା ସହିତ ଦେଶ ସେବା କରିଥିଲେ। ତାଙ୍କର ଦୃଢ ନେତୃତ୍ୱ ପାଇଁ ସମସ୍ତ ଦେଶବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Also Read:New Laws: ଅକ୍ଟୋବର ପହିଲାରୁ ନୂଆ ନିୟମ,ଡ୍ରାଇଭିଂ ଲାଇସେନ୍ସ ତିଆରି ସହଜ,ଡକ୍ୟୁମେଣ୍ଟ ପାଖରେ ରଖିବା ଜରୁରୀ ନୁହେଁ;ଟିଭି କିଣିବା ମହଙ୍ଗା

Share this: