Covid-19 ସ୍ଥିତିକୁ ନେଇ ଓଡ଼ିଶା ସମେତ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Share this:

ନୂଆଦିଲ୍ଲୀ: କୋଭିଡ୍‌ (Covid-19) ଜନିତ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଆଜି ଓଡ଼ିଶା (Odisha), ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀମାନଙ୍କ (Chief Ministers) ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। କୋଭିଡ ମୁକାବିଲା ନିମନ୍ତେ ଯଥାସମ୍ଭବ ସହାୟତା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନେ ଟିକାକରଣର ଅଗ୍ରଗତି ଏବଂ ସେମାନଙ୍କ ରାଜ୍ୟରେ ଭୂତାଣୁ ସଂକ୍ରମଣ ହ୍ରାସ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଟିକାକରଣ ରଣନୀତି ସମ୍ପର୍କରେ ମଧ୍ୟ ସେମାନେ ନିଜ ନିଜ ମତାମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀମାନେ ଚିକିତ୍ସା ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଭବିଷ୍ୟତରେ ଯଦି ସଂକ୍ରମଣରେ ସମ୍ଭାବ୍ୟ ବୃଦ୍ଧି ଦେଖାଦିଏ ତାହାର କିପରି ଭାବେ ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ମତାମତ ଦେଇଥିଲେ। ସେମାନେ ମଧ୍ୟ ରୋଗୀଙ୍କ ଠାରେ ଦେଖାଦେଉଥିବା କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଏପରି ମାମଲାରେ ସହାୟତା ଯୋଗାଇ ଦେବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ଆଶ୍ୱାସନା ଦେଇ କହିଥିଲେ ଯେ ସଂକ୍ରମଣ ହାରକୁ ନିୟନ୍ତ୍ରଣ କରିବା ଲାଗି ସେମାନେ ଶ୍ରେଷ୍ଠ ପଦକ୍ଷେପ ଗ୍ରହଣ କରୁଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ୬ଟି ରାଜ୍ୟରେ ଜୁଲାଇ ମାସରେ ୮୦ ପ୍ରତିଶତରୁ ଅଧିକ ସଂକ୍ରମଣ ଦେଖାଦେଇଥିଲା। ଆହୁରି ଏସବୁ ମଧ୍ୟରୁ କେତେକ ରାଜ୍ୟରେ ପଜିଟିଭିଟି ହାର ମଧ୍ୟ ଅଧିକ ରହିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଦେଖାଦେଇଥିବା କୋଭିଡ ସଂକ୍ରମଣ ସଂଖ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅଧିକ ସଂକ୍ରମଣ ଦେଖାଦେଉଥିବା ଜିଲ୍ଲା ଗୁଡ଼ିକରେ କୋଭିଡ ଉପଯୁକ୍ତ ବ୍ୟବହାର ଏବଂ କଣ୍ଟେନମେଣ୍ଟ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମଧ୍ୟ ପରାମର୍ଶ ଦେଇଥିଲେ ଯେ ଏହିସବୁ ଜିଲ୍ଲାରେ ଅନଲକ୍‌ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ତଥା ସୁଚିନ୍ତିତ ଭାବେ ହେବା ଉଚିତ୍‌।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ ଦିନ ପର୍ଯ୍ୟନ୍ତ ସଂକ୍ରମଣ ବୃଦ୍ଧି ପାଇଲେ, କରୋନା ଭୂତାଣରୁ ମ୍ୟୁଟେସନ ମଧ୍ୟ ବୃଦ୍ଧି ପାଇବ ଏବଂ ନୂଆ ଭାରିଆଣ୍ଟର ବିପଦ ସୃଷ୍ଟି ହେବ। ତେଣୁ, ଆମକୁ ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକା (ପରୀକ୍ଷା, ଚିହ୍ନଟ, ଚିକିତ୍ସା ଓ ଟିକାକରଣ) ରଣନୀତିକୁ ନେଇ ଲଗତାର ଭାବେ କାମ କରିବାକୁ ହେବ। ପ୍ରଧାନମନ୍ତ୍ରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବା ଉଚିତ୍‌। ସବୁ ରାଜ୍ୟରେ ନମୁନା ପରୀକ୍ଷା ବୃଦ୍ଧି କରିବା ଉପରେ ଶ୍ରୀ ମୋଦୀ ଜୋର ଦେଇଥିଲେ। ଅଧିକ ସଂକ୍ରାମକ କ୍ଷେତ୍ରରେ ଟିକାକୁ ଏକ ରଣନୈତିକ ଉପକରଣ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ପ୍ରଭାବୀ ଟିକାକରଣ ଉପରେ ଜୋର ଦେଇଥିଲେ । ଆରଟି-ପିସିଆର ପରୀକ୍ଷା କ୍ଷମତାରେ ସୁଧାର ଆଣିବା ଲାଗି ଚେଷ୍ଟା କରୁଥିବା ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ୟୁରୋପ, ଆମେରିକା, ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହା ଆମ ପାଇଁ ଓ ସାରା ବିଶ୍ୱ ପାଇଁ ଏକ ସତର୍କ ଘଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ପୁଣି ଦୋହରାଇଥିଲେ ଯେ କରୋନା ଏବେ ସୁଦ୍ଧା ଦୂରେଇ ଯାଇନାହିଁ ଏବଂ ଲକଡାଉନ ପରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ। ସେ କୋଭିଡ ନିୟମ ମାନିବା ଉପରେ ଜୋର ଦେଇଥିଲେ ଏବଂ ଆଜିର ବୈଠକରେ ଥିବା ଅଧିକାଂଶ ରାଜ୍ୟରେ ଜନସଂଖ୍ୟା ବହୁଳ ମହାନଗର ଥିବା କାରଣରୁ ଭିଡ଼ ଏଡ଼ାଇବା ନିମନ୍ତେ ପରାମର୍ଶ ଦେଇଥିଲେ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସେ ରାଜନୈତିକ ଦଳ, ସାମାଜିକ ସଂଗଠନ ଏବଂ ଏନଜିଓଗୁଡ଼ିକୁ ସେ ଆହ୍ୱାନ କରିଥିଲେ।

Also Read | Odisha Covid: ଆଜି ଓଡ଼ିଶାରୁ ଆଉ ୨୦୭୦ଜଣ ପଜିଟିଭ ଚିହ୍ନଟ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *