Plus 2: ଯୁକ୍ତ ଦୁଇ ଇଚ୍ଛାଧୀନ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ

Share this:

ଭୁବନେଶ୍ଵର: ଯୁକ୍ତ ଦୁଇ (+2 ) ଇଚ୍ଛାଧୀନ ପରୀକ୍ଷା ଖୁବ୍‍ଶୀଘ୍ର ଅନୁଷ୍ଠିତ ହେବ। ଏଥିଲାଗି ଆଜିଠାରୁ ଫର୍ମ (Form) ପୂରଣ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ଏହି ପରୀକ୍ଷା ଲାଗି ଅକ୍ଟୋବର ୧ ସୁଦ୍ଧା ନିଜ କଲେଜରେ ଫର୍ମ ପୂରଣ କରିପାରିବେ। ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନା ଅନୁଯାୟୀ କୋଭିଡ୍‍-୧୯ (Covid-19) ସଂକ୍ରମଣ ପାଇଁ ଯୁକ୍ତ ୨ ପରୀକ୍ଷା ଅଧାରୁ ବାତିଲ କରିବାକୁ ପଡ଼ିଥିଲା। ମାର୍ଚ୍ଚ ୨୩ରୁ ୨୮ ତାରିଖ ମଧ୍ୟରେ ସେହି ବିଭାଗର ୨୩ଟି ବିଷୟର ପରୀକ୍ଷା ହୋଇପାରି ନଥିଲା। ଯେଉଁଥିପାଇଁ ଛାତ୍ରଛାତ୍ରୀ ପୂର୍ବରୁ ଦେଇଥିବା ବିଷୟଗୁଡ଼ିକର ପରୀକ୍ଷାର ହାରାହାରି ମାର୍କ ଆଧାରରେ ବାକି ବିଷୟଗୁଡ଼ିକର ମୂଲ୍ୟାୟନ କରାଯାଇଥିଲା। ତେବେ ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ଦେଇନଥିବା ବିଷୟଗୁଡ଼ିକ ମାର୍କରେ ସନ୍ତୁଷ୍ଟ ନଥିବେ ସେମାନେ ଏହି ଇଚ୍ଛାଧୀନ ବିଷୟରେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷାରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହା ଚୂଡ଼ାନ୍ତ ବୋଲି ଧରାଯିବ। ପରିଷଦ ୱେବ୍‍ସାଇଟ୍‍ http://chseodisha.nic.in ଛାତ୍ରଛାତ୍ରୀ ଏ ସଂପର୍କିତ ଅଧିକ ତଥ୍ୟ ପାଇପାରିବେ।

Also Read:

Covid19 Free Area: ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି

Share this: