Breaking Newsଓଡ଼ିଶାପାଣିପାଗ

Odisha Weather: ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା, ୨୦ ଜିଲ୍ଲାକୁ ଚେତାବନୀ,୧ରେ ଘୂର୍ଣ୍ଣିବଳୟ

Share this:

ଭୁବନେଶ୍ୱର (ବ୍ୟୁରୋ): Odisha Weather Today Latest Report Updates ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଉତ୍ତରପୂର୍ବ ଦିଗରେ ଆସନ୍ତା ୧ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ( Odisha Weather) ସୃଷ୍ଟିହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୧ ତାରିଖଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ଏବଂ ୨୯ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ନେଇ ଚେତାବନୀ ଜାରି କରାଯାଇଛି। ଆହୁରି ୩ଦିନ ଧରି ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ିର ସମ୍ଭାବନା ରହିଛି।

amazon_sale2

ସେହିପରି ଅକ୍ଟୋବର ୨ ଓ ୩ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ତେବେ ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ, ୨୮ ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।


ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ୨୦ଟି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ହୀରାକୁଦ ଜଳଭଣ୍ଡାରର (Hirakud) ଜଳସ୍ତର ଆଜି ମଧ୍ୟାହ୍ନ ସୁଦ୍ଧା ୬୨୯.୭୭ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୬୪ହଜାର ୯୯୪ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୯୦ହଜାର ୪୦୮ଘନଫୁଟ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ୩ଟି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

Read Also | Buy products across Home,Kitchen,Garden,Furniture,Sports and more now online at Amazon India

[amazon_auto_links id=”10233″]


Share this:

Leave a Reply

Your email address will not be published. Required fields are marked *