Odisha Covid-19: ଆଜି ୨୮ ଜିଲ୍ଲାରୁ ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଗତ କିଛିଦିନ ଧରି ଲଗାତାର ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। କିନ୍ତୁ ଗତକାଲି ଠାରୁ ଆଜି ଅଧିକ ୧୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ୨୮ ଜିଲ୍ଲାରୁ ୪୮୦ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୦୪  ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି, ଅନୁଗୋଳ ଜିଲ୍ଲାରୁ ୪୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧ ଜଣ ଗଞ୍ଜାମରୁ ୭ ଜଣ, କଟକରୁ ୩୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୧ ଜଣ, କୋରାପୁଟରୁ ୧୦ ଜଣ, କେନ୍ଦ୍ରାପଡ଼ାରୁ ୧୭ ଜଣ, କେଉଁଝରରୁ ୧୩ ଜଣ ଓ କଳାହାଣ୍ଡିରୁ ୨୮ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୭ ଜଣ, ଜଗତସିଂହପୁରରୁ ୧୯ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୩୦ ଜଣ, ବାଲେଶ୍ଵରରୁ ୧୯ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭ ଜଣ,ବୌଦ୍ଧରୁ ୩ ଜଣ, ଭଦ୍ରକରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୩୧ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪ ଜଣ, ନବରଙ୍ଗପୁରରୁ ୬ ଜଣ ଓ ନୂଆପଡ଼ାରୁ ୧୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୩ ଜଣ, ଦେବଗଡ଼ରୁ ୩ ଜଣ, ମୟୁରଭଞ୍ଜରୁ ୩୬ ଜଣ ଏବଂ ମାଲକାନଗିରିରୁ ୮  ଜଣ,ରାୟଗଡାରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୧୧ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫୯ ଲକ୍ଷ ୭୭ ହଜାର ୯୭୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୯ ହଜାର ୫୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ ଲକ୍ଷ ୧୨ ହଜାର ୭୩୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ହଜାର ୪୬ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read | New Law: ବାଇକ୍ ଓ କାର ମାଲିକଙ୍କ ପାଇଁ ସରକାର କଲେ ନୂଆ ନିୟମ

Share this: