Covid19 India: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର ୩୬,୬୦୪ ନୂଆ ମାମଲା, ୫୦୧ ମୃତ୍ୟୁ

covid19 india

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା (Covid-19) ସଂକ୍ରମଣର ୩୬ ହଜାର ୬୦୪ ନୂତନ ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ଲକ୍ଷ ୪୧୪କୁ ବୃଦ୍ଧି ପାଇଛି।

ସେହିପରି ଗତ୨୪ ଘଣ୍ଟା ମଧ୍ୟରେ ମୋଟ ୫୦୧ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୧୨୨କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୩ ହଜାର ୮୩୭ ମାମଲା ଆସିଛି। ଦିଲ୍ଲୀରେ ୩ ହଜାର ୭୨୬ ମାମଲା ଆସିଥିବା ବେଳେ କେରଳରେ ୩ ହଜାର ୩୮୨ ମାମଲା ଆସିଛି।

ସେହିପରି କେରଳ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ଼ରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲା ହ୍ରାସ ପରଲକ୍ଷିତ ହୋଇଥିବା ବେଳେ ଉତ୍ତରାଖଣ୍ଡ, ଗୁଜରାଟ, ଆସାମ ଏବଂ ଗୋଆ ଭଳି ରାଜ୍ୟରେ ପଜିଟିଭ୍ ମାମଲା ବୃଦ୍ଧି ହୋଇଛି।

Also Read | India China Border: ଚୀନ୍ ସୈନିକ ଲଦାଖର ଶୀତରେ ହତସନ୍ତ; କିନ୍ତୁ ଭାରତୀୟ ସୈନିକ ଶୀତ ପାଇଁ ପ୍ରସ୍ତୁତ

Share this: