Odisha Covid-19: ଆଜି ରାଜ୍ୟରେ ୧୨୬୪ ଜଣ କରୋନାରୁ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୨୬୪ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୭୪୧ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୬୧ ଜଣ, କଟକରୁ ୭୪ ଜଣ, ଅନୁଗୋଳରୁ ୧୧୦ ଜଣ, ବରଗଡ଼ରୁ ୫୭ ଜଣ, ଯାଜପୁରରୁ ୨୮ ଜଣ, ମୟୁରଭଞ୍ଜରୁ ୬୫ ଜଣ, ଭଦ୍ରକରୁ ୨୦ ଜଣ, ବାଲେଶ୍ଵରରୁ ୭୬ ଜଣ, ଢେଙ୍କାନାଳରୁ ୩୮ ଜଣ, ପୁରୀରୁ ୪୩ ଜଣ, ଜଗତସିଂପୁରରୁ ୫୯ ଜଣ, ରାୟଗଡାରୁ ୧୧ ଜଣ, ଗଞ୍ଜାମରୁ ୨୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୦ ଜଣ, ନୟାଗଡରୁ ୯ ଜଣ, ସୋନପୁରରୁ ୮ଜଣ, ବଲାଙ୍ଗୀରରୁ ୭୬ ଜଣ, ସୁନ୍ଦରଗଡରୁ ୭୯ ଜଣ, ଝାରସୁଗୁଡାରୁ ୧୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮ ଜଣ, କେନ୍ଦ୍ରାପଡା ୪୪ ଜଣ, କୋରାପୁଟରୁ ୨୦ ଜଣ, କନ୍ଧମାଳରୁ ୧୩ ଜଣ, ନୂଆପଡ଼ାରୁ ୬୧ ଜଣ, କଳାହାଣ୍ଡିରୁ ୨୫ ଜଣ, ମାଲକାନଗିରି ଜିଲ୍ଲାରୁ ୬ ଜଣ, ଦେଓଗଡରୁ ୯ ଜଣ, ଗଜପତିରୁ ୩ ଜଣ, ବୌଦ୍ଧରୁ ୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।

Also Read| Malkangiri News: ସୁରକ୍ଷାକର୍ମିଙ୍କ ଦ୍ଵାରା ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

[amazon_auto_links id=”9939″]

Share this: