Asif Basra: ‘କାଇ ପୋ ଚେ’ ରେ ସୁଶାନ୍ତଙ୍କ ସହ କାମ କରିଥିବା ଆସିଫ ବସ୍ରାଙ୍କ ପରଲୋକ

Share this:

ଧର୍ମଶାଳା: ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ପରେ ‘କାଇ ପୋ ଚେ’ ଭଳି ଚଳଚ୍ଚିତ୍ରରେ ତାଙ୍କ ସହ କାମ କରିଥିବା ଆସିଫ ବସ୍ରା (Asif Basra) ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ୫୩ ବର୍ଷିୟ ବସ୍ରା ହିମାଚଳ ପ୍ରଦେଶର ଧର୍ମଶାଳାର ମ୍ୟାକଲେଡଗଞ୍ଜର ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ନିଜକୁ ପୋଷା କୁକୁରର ଦଉଡିରେ ଟାଙ୍ଗି ହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ସେ ଉଦାସୀନତା ସହ ସଂଘର୍ଷ କରୁଥିବା କୁହାଯାଉଛି।

ଆସିଫଙ୍କ ମୃତଦେହକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏସପି ବିକ୍ରାନ୍ତ ରଂଜନ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ସେମାନେ ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରୁଛନ୍ତି। ପୋଲିସର ସୂଚନାନୁସାରେ, ଆତ୍ମହତ୍ୟା ପୂର୍ବରୁ ଆସିଫ କୁକୁର ସହିତ ଆଖପାଖରେ ବୁଲାବୁଲି କରିଥିଲେ। ଆସିଫଙ୍କ ଠାରୁ କୋଣସି ଆତ୍ମହତ୍ୟା ନୋଟ୍ ଉଦ୍ଧାର କରାଯାଇ ନାହିଁ।

ଆସିଫ ପ୍ରାୟ ୫ ବର୍ଷ ଧରି ମ୍ୟାକ୍ଲେଡଗଞ୍ଜର ଏକ ଭଡା ଘରେ ଲିଭ ଇନ ରେଲେସନ ରେ ଜଣେ ବିଦେଶୀ ମହିଳାଙ୍କ ସହ ରହୁଥିଲେ। ଖବର ଅନୁଯାୟୀ ପୋଲିସ ମହିଳାଙ୍କୁ ଗିରଫ କରିଛି।

ଚଳଚ୍ଚିତ୍ର ନିର୍ମାତା ହାନସାଲ ମେହେଟ୍ଟା (Hansal Mehta) ଆସିଫଙ୍କୁ ସ୍ମରଣ କରି ଲେଖିଛନ୍ତି, “ଆସିଫ ବସ୍ରା! ଏହା ସତ୍ୟ ହୋଇପାରିବ ନାହିଁ। ଏହା ଅତ୍ୟନ୍ତ ଦୁଃଖଦାୟକ।”

୧୯୯୮ ମସିହାରୁ ଆସିଫ୍ ଚଳଚ୍ଚିତ୍ରରେ ସକ୍ରିୟ ଥିଲେ। ସେ ‘ହୋଷ୍ଟେଜ୍’ ଏବଂ ‘ପାତାଲ ଲୋକ’ ପରି ହିଟ୍ ୱେବ୍ ସିରିଜ୍ ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Also Read| Vaccine: କରୋନା ଟୀକା Pfizer ମିଳିଯିବ, ହେଲେ ଟୀକା ରଖିବାକୁ ନେଇ ଭାରତ ଅଡୁଆରେ, ଦରକାର -୭୦ ଡିଗ୍ରୀ ତାପମାତ୍ରା

[amazon_auto_links id=”9939″]

Share this: