Malkangiri News: ସୁରକ୍ଷାକର୍ମିଙ୍କ ଦ୍ଵାରା ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

Share this:

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଓରାପଦର ଓ ଅଣ୍ଡ୍ରାପାଲ୍ଲୀ (Arapadar-Andrapalli) ଗ୍ରାମ ନିକଟରୁ ଆଜି ସୁରକ୍ଷାକର୍ମିମାନେ ବହୁ ମାତ୍ରାର ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି।

ସ୍ୱାଭିମାନ ଅଂଚଳର ଓରାପଦର ଓ ଅଣ୍ଡ୍ରାପାଲ୍ଲୀ ଅଂଚଳରେ ଏସଓଜି, ଡିଭିଏଫ ଓ ବିଏସଏଫ ଜବାନମାନେ ମିଳିତ ଭାବେ ଅପରେସନ କରୁଥିବା ବେଳେ ଏକ ସୂଚନା ମିଳିଥିଲା। ପରେ ସୁରକ୍ଷାକର୍ମିମାନେ ସଂପୃକ୍ତ ଅଂଚଳରେ ତଲାସୀ କରି ମାଓବାଦୀଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା ବହୁ ସାମଗ୍ରୀ ଜବତ କରିଛନ୍ତି। ଏଥିରେ ୯୩ ଟି ଥ୍ରୀ ନଟ ଥ୍ରୀ ଗୁଳି, ୫୫ ଟି ୯ ଏମଏମ ପିସ୍ତଲ ଗୁଳି, ୧୩ ଟି ଇଲେକଟ୍ରୋନିକ ଡେଟୋନେଟର, ୧୪ ଟି ଗ୍ରେନେଡ, ୨ ଟି ଲ୍ୟାଣ୍ଡମାଇନ ଓ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସୁରକ୍ଷାକର୍ମି ଓ ନିରୀହ ଜନତାଙ୍କ ବିପକ୍ଷରେ ବ୍ୟବହାର କରିବା ପାଇଁ ରଖାଯାଇଥିବା ଅନୁମାନ କରାଯାଉଛି। ବର୍ତମାନ ମଧ୍ୟ ତଲାସୀ ଓ କୁମ୍ବିଂ ଅପରେସନ ଜାରୀ ରହିଥିବା ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ କହିଛନ୍ତି।

Also Read |Vaccine: କରୋନା ଟୀକା Pfizer ମିଳିଯିବ, ହେଲେ ଟୀକା ରଖିବାକୁ ନେଇ ଭାରତ ଅଡୁଆରେ, ଦରକାର -୭୦ ଡିଗ୍ରୀ ତାପମାତ୍ରା

Share this: