Vigilance: ବରିଷ୍ଠ କିରାଣୀ ଏବଂ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Share this:

ଭୁବନେଶ୍ଵର: ଆଜି ରାଜ୍ୟର ଏକ ସମୟରେ ୨ଟି ସ୍ଥାନରେ ଭିଜିଲାନ୍ସ (Vigilance) ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ପ୍ରଥମ ଘଟଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ (Bhubaneswar Sub-Collector Office) ର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କିରାଣୀ ଉଦୟନାଥ ଜେନାଙ୍କର ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ରାଜନଗରର ପୈତୃକ ଘର, ଭୁବନେଶ୍ୱର କାର୍ଯ୍ୟାଳୟ ଓ ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଛି।

ସେହିପରି ଦ୍ଵିତୀୟ ଘଟଣାରେ ଯାଜପୁର (Jajpur) ଜିଲ୍ଲା ଧର୍ମଶାଳା ସବରେଜିଷ୍ଟାର କାର୍ଯ୍ୟାଳୟର କିରାଣୀ ରତ୍ନାକର ମହାନ୍ତିଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଯାଜପୁର ଭିଜିଲାନ୍ସ ପକ୍ଷରୁ ତାଙ୍କ ଚହଟା ସ୍ଥିତ ପୈତୃକ ଘର, ଜାରକାରେ ଥିବା ଭଡ଼ା ଘର, ଚାନ୍ଦପୁରରେ ଶଶୁର ଘର, ଜାତୀୟ ରାଜପଥରେ ଥିବା ହୋଟେଲ୍‍ ଆକାଶ ଓ ଅନ୍ୟ କେତେକ ସଂପର୍କୀୟଙ୍କ ଘରେ ଚଢ଼ଉ ଜାରି ରହିଥିବା ଜଣାପଡିଛି।

Also Read | ଘରର ବିବାଦ ଘରେ ରହିବାକୁ ଦିଆଯାଉ

[amazon_auto_links id=”9939″]

Share this: