ଛାତ୍ରମାନଙ୍କ ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡିକରେ ବିବିଧ ବିଷୟ ରହିବା ଆମେ ଚାହୁଁ: ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (Association of Indian Universities -AIU) ର ୪୫ତମ ବାର୍ଷିକ ସମ୍ମିଳନୀକୁ ଏବଂ କୁଳପତିମାନଙ୍କ ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ସମ୍ବୋଧନ କରିଛନ୍ତି। ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଗୁଜରାତର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅହମ୍ମଦାବାଦର ଡକ୍ଟର ବାବାସାହେବ ଆମ୍ବେଦରକର ମୁକ୍ତ ବିଶ୍ୱବିଦ୍ୟାଳୟ ଆୟୋଜନ କରିଥିଲା। କୃତଜ୍ଞ ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଦେଶ ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଥିବା ଅବସରେ ତାଙ୍କ ଜୟନ୍ତୀ ପାଳନ ନୂଆ ଉନ୍ମାଦନା ଆଣିଦେଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱରେ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଏହା ଜୀବନଶୈଳୀ ଭାବରେ ଆମ ସଭ୍ୟତାର ଅବିଚ୍ଛେଦ୍ୟ ଅଙ୍ଗ। ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତର ଗଣତାନ୍ତ୍ରିକ ପରମ୍ପରାର ମୂଳଦୁଆ ବାବା ସାହେବ ପକାଇଥିଲେ। ବାବା ସାହେବଙ୍କ ଦର୍ଶନ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡକ୍ଟର ବି.ଆର ଆମ୍ବେଦକର ଜ୍ଞାନ, ଆତ୍ମସମ୍ମାନ ଏବଂ ନମ୍ରତାକୁ ତାଙ୍କ ଜୀବନର ତିନି ଆରାଧ୍ୟଦେବୀ ଭାବରେ ଗ୍ରହଣ କରିଥିଲେ। ଜ୍ଞାନ ମାଧ୍ୟମରେ ଆତ୍ମସମ୍ମାନବୋଧ ଆସେ ଏବଂ ବ୍ୟକ୍ତିର ଅଧିକାର ସମ୍ପର୍କରେ ତାକୁ ସଚେତନ କରାଏ। ସମାନ ଅଧିକାର ମାଧ୍ୟମରେ ସାମାଜିକ ସଂହତି ସୃଷ୍ଟି ହୁଏ ଏବଂ ଦେଶ ଅଗ୍ରଗତି କରେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ବାବା ସାହେବଙ୍କ ପ୍ରଦର୍ଶିତ ମାର୍ଗରେ ଦେଶକୁ ଆଗେଇ ନେବା ଆମର ଶିକ୍ଷା ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଗୁଡିକର ଦାୟିତ୍ୱ।

ଜାତୀୟ ଶିକ୍ଷାନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରି କହିଥିଲେ ଯେ ପ୍ରତ୍ୟେକ ଛାତ୍ରଙ୍କର ଏକ ନିର୍ଦ୍ଧିଷ୍ଟ ଦକ୍ଷତା ରହିଛି। ଏହି ନିର୍ଦ୍ଧିଷ୍ଟ ଦକ୍ଷତା ଛାତ୍ର ଏବଂ ଶିକ୍ଷକଙ୍କୁ ତିନୋଟି ପ୍ରଶ୍ନର ସମ୍ମୁଖୀନ କରାଏ। ପ୍ରଥମ ପ୍ରଶ୍ନ- ସେମାନେ କ’ଣ କରିପାରିବେ। ଦ୍ୱିତୀୟ ପ୍ରଶ୍ନ-ଉପଯୁକ୍ତ ଶିକ୍ଷା ମାଧ୍ୟମରେ ସେମାନଙ୍କ ଅନ୍ତର୍ନିହିତ ଗୁଣ କ’ଣ ହେବ ଏବଂ ତୃତୀୟ ପ୍ରଶ୍ନ ସେମାନେ କ’ଣ କରିବାକୁ ଚାହାଁନ୍ତି। ପ୍ରଥମ ପ୍ରଶ୍ନର ଉତର ହେଉଛି ଛାତ୍ରର ଅନ୍ତର୍ନିହିତ ଦୃଢତା। ଯଦି ଅନୁଷ୍ଠାନର ଶକ୍ତି ଏହି ଅନ୍ତର୍ନିହିତ ଶକ୍ତିରେ ମିଶିଯାଏ ସେମାନଙ୍କର ଉନ୍ନତି ସମ୍ପ୍ରସାରିତ ହେବ। ସେମାନେ ଯାହା ଚାହିଁବେ କରିପାରିବେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଏକ ଉଦ୍ଧୃତି ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ନୂଆ ଶିକ୍ଷାନୀତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଦୃଷ୍ଟିଭଙ୍ଗୀ ପୂରଣ କରିବା ନିମନ୍ତେ ଉଦ୍ଦିଷ୍ଟ। ଏହା ଛାତ୍ର ସମାଜକୁ ସୁଦୁଢ କରାଇବା କ୍ଷେତ୍ରରେ ଯୋଗଦାନ କରାଏ। ଭାରତୀୟ ଶିକ୍ଷା ବୈଶିଷ୍ଟ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ପରିଚାଳନା ବ୍ୟବସ୍ଥାରେ ସମଗ୍ର ବିଶ୍ୱକୁ ଏକ ପରିବାର ଭାବରେ ଛାତ୍ରସମାଜ ଭାବିବା ଉଚିତ।

 ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଉଭା ହୋଇଥିବା ଦକ୍ଷତାର ଆବଶ୍ୟକତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର କେନ୍ଦ୍ର ହେବ। ଏଥିସହ ବିଭିନ୍ନ ବିଷୟରେ ଏଣ୍ଟରନେଟ, ବିଶାଳ ତଥ୍ୟକେନ୍ଦ୍ର, ଥ୍ରୀ.ଡି ପ୍ରିଣ୍ଟିଙ୍ଗ, ଭର୍ଚ୍ୟୁଆଲ ବାସ୍ତବତା ଓ ରୋବର୍ଟ ଜ୍ଞାନ ଏବଂ ମୋବାଇଲ ବୈଷୟିକ କୌଶଳ, ଭୂ-ବିଜ୍ଞାନ ସୂଚନା, ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ। କୌଶଳ ବିକାଶ ନିମନ୍ତେ ଆବଶ୍ୟକୀୟ ବିଦ୍ୟା ଯୋଗାଇବା ପାଇଁ ଭାରତୀୟ କୌଶଳ ପ୍ରତିଷ୍ଠାନ ଦେଶରେ ତିନୋଟି ମେଟ୍ରୋ ପଲିଟାନ ସହରରେ ପ୍ରତିଷ୍ଠା କରାଯାଉଛି। ମୁମ୍ବାଇଠାରେ ଭାରତୀୟ କୌଶଳ ପ୍ରତିଷ୍ଠାନର ପ୍ରଥମ ବ୍ୟାଚର ଶିକ୍ଷାଦାନ ଆରମ୍ଭ ହୋଇଗଲାଣି।

ସେ କହିଛନ୍ତି ଯେ, ଛାତ୍ର ସମାଜର ପସନ୍ଦ ପୂରଣ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ବହୁମୁଖୀ ହେବା ଉଚିତ। ଏହି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ସେ କୁଳପତିମାନଙ୍କୁ ଆହ୍ୱାନ ଦେଇଛନ୍ତି।

[amazon_auto_links id=”10233″]

Also Read | CBSE ବୋର୍ଡ ପରୀକ୍ଷାରେ ବଡ ନିଷ୍ପତ୍ତି, ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ପରୀକ୍ଷା ସ୍ଥଗିତ

Share this: