Odia New Year:ଆଜି ପାଳିତ ହେଉଛି ଓଡିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି

Share this:

ଭୁବନେଶ୍ଵର: ଓଡିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୋଇଥାଏ। ଆଜି ଓଡ଼ିଆ ନବବର୍ଷ (Odia New Year) ତଥା ମହାବିଷୁବ ସଂକ୍ରାନ୍ତି। ସମଗ୍ର ରାଜ୍ୟରେ ପାରମ୍ପରିକ ରୀତିରେ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି।

Also Read | Odia New Year: ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଆଜିଠାରୁ ଓଡ଼ିଆ ନବବର୍ଷର ନୂତନ ପଞ୍ଜିକା ଚଳନ ମଧ୍ୟ ଆରମ୍ଭ ହୋଇଛି। ଆଜି ମଧ୍ୟ ସଂକଟମୋଚନ ଶ୍ରୀହନୁମାନଙ୍କ ଜୟନ୍ତୀ ପାଳିତ ହେଉଛି। ଆଜି ଦିନକୁ ମଧ୍ୟ ମେଷ ସଂକ୍ରାନ୍ତି କୁହାଯାଏ। ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଆଜି ଦିନଠାରୁ ନବବର୍ଷ ଗଣନା ଆରମ୍ଭ ହୁଏ। ସଂକ୍ରାନ୍ତି ଏକ ପବିତ୍ର ଦିବସ। ବିଶ୍ୱାସ କରାଯାଏ ଯେ ଏହିଦିନ ବ୍ରତ, ଉପବାସ ଏବଂ ଦାନ ଧର୍ମ କଲେ ପୁଣ୍ୟଫଳ ମିଳିଥାଏ।

[amazon_auto_links id=”10233″]

Also Read | Corona Odisha Live: ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୨୨୬୭ କରୋନା ପଜିଟିଭ ଚିହ୍ନଟ, ମୋଟ ସଂକ୍ରମିତ ୧୨ ହଜାରରୁ ଅଧିକ

Share this: