ପିପିଲି ବିଧାନସଭା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ

Share this:

ଭୁବନେଶ୍ଵର: ପିପିଲି ବିଧାନସଭା ଉପନିର୍ବାଚନ (Pipili Assembly By-Poll) ରେ କଂଗ୍ରେସ (Congress) ପ୍ରାର୍ଥୀ ଶ୍ରୀ ଅଜିତ୍ ମଙ୍ଗରାଜ (Sri Ajit Mangaraj) ଙ୍କ ପରଲୋକ ହୋଇଯାଇଛି। ନିର୍ବାଚନ ପ୍ରଚାର ବେଳେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ଅଜିତ ମଙ୍ଗରାଜଙ୍କର ପରଲୋକ ଖବର ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କର ବିୟୋଗରେ ସେଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ହସ୍ପିଟାଲ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ସେ ‌କରୋନାରେ ଗୁରୁତର ଆକ୍ରାନ୍ତ ଥିଲେ।ପରେ ତାଙ୍କୁ କୋଭିଡ୍ ଆଇସିୟୁରେ ରଖାଯାଇ ଏକ ବିଶେଷଜ୍ଞ ଦଳ ଦ୍ଵାରା ଚିକିତ୍ସା କରାଯାଉଥିଲା। ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରମୁଖ ଶୋକପ୍ରକାଶ କରିଛନ୍ତି।

Share this: