Corona Vaccine: ଏଥର କରୋନା ଟୀକା ଖୋଲା ବଜାରରେ ମିଳିବ

Share this:

ନୂଆଦିଲ୍ଲୀ: ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସମସ୍ତଙ୍କ ପାଇଁ କୋଭିଡ୍‍ ପ୍ରତିଷେଧ ଟିକା (Covid Vaccine) ଉପଲବ୍ଧ ହେବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଘୋଷଣା କରାଯାଇଛି। ବୈଠକ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେଶୀଘ୍ର ଦେଶର ସମସ୍ତ ନାଗରିକଙ୍କୁ ଟିକା ଦିଆଯାଇ ପାରିବ ସେ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି, କରୋନାର ଦ୍ୱିତୀୟ ଲହରରେ ଏହି ଭୂତାଣୁ ଦେଶର ମଧ୍ୟମ ଓ କ୍ଷୁଦ୍ର ସହରଗୁଡ଼ିକରେ ଅଧିକ ବ୍ୟାପୁଥିବାରୁ ଜନସାଧାରଣ ଆତଙ୍କିତ ନ ହୋଇ ସଚେତନ ହେବା ଆବଶ୍ୟକ।

ସୂଚନା ଅନୁସାରେ ଟିକାକରଣର ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ଟିକାକରଣର ସର୍ବନିମ୍ନ ବୟସକୁ ୪୫ ବର୍ଷରୁ ୧୮ବର୍ଷକୁ ହ୍ରାସ କରିଛନ୍ତି। ଏହି ପର୍ଯ୍ୟାୟରେ ଟିକାର ମୂଲ୍ୟ ନିର୍ଦ୍ଧାରଣ, କ୍ରୟ ଆଦି ମଧ୍ୟ କୋହଳ କରାଯାଇଛି। ଟିକା ପ୍ରସ୍ତୁତକାରୀ କମ୍ପାନୀର ଉତ୍ପାଦନ ବଢ଼ାଇବା ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି।

Related Post | Corona Vaccine: ମେ ୧ରୁ ୧୮ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ କରୋନା ଟୀକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସେହିପରି ବର୍ତ୍ତମାନ ଟିକା କମ୍ପାନୀଗୁଡ଼ିକ ନିଜ ଉତ୍ପାଦନର ୫୦ ପ୍ରତିଶତ ଟିକା ସିଧାସଳଖ ପୂର୍ବରୁ ଧାର୍ଯ୍ୟ ଦରରେ ରାଜ୍ୟଗୁଡ଼ିକୁ ଏବଂ ଖୋଲା ବଜାରରେ ବିକ୍ରି କରିପାରିବେ।

[amazon_auto_links id=”10233″]

Also Read | Odisha Shutdown: ସାରା ରାଜ୍ୟରେ ଏଥର ପ୍ରତି ଶନିବାର ଓ ରବିବାର ସଟଡାଉନ

Share this:

Leave a Reply

Your email address will not be published. Required fields are marked *