Uttarakhand:ଉତ୍ତରାଖଣ୍ଡର ସର୍ବ କନିଷ୍ଠ ସିଏମ୍ ହେଲେ ପୁଷ୍କର ସିଂ ଧାମି

Share this:

ଡେରାଡୁନ: ଆଜି ରବିବାର ଦିନ ପୁଷ୍କର ସିଂ ଧାମି (Pushkar Singh Dhami) ଉତ୍ତରାଖଣ୍ଡ (Uttarakhand) ର ଏକାଦଶ ମୁଖ୍ୟମନ୍ତ୍ରୀ (Chief Minister) ଭାବରେ ଶପଥ ଗ୍ରହଣ କରିଛନ୍ତି। ୪୫ ବର୍ଷୀୟ ଧାମି ଉତ୍ତରାଖଣ୍ଡର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ।

mahimalive

ରାଜ ଭବନରେ ପୂରା ସମାରୋହ ମଧ୍ୟରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ (Governor Baby Rani Maurya) ପୁଷ୍କର ସିଂ ଧାମିଙ୍କୁ ଶପଥ ଗ୍ରହଣ କରାଇଥିଲେ। ଏହି ସମୟରେ ହରକ ସିଂ ରାୱତ, ସତ୍ୟପାଲ ମହାରାଜ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଅପରାହ୍ନ ୫.୧୪ ରେ ଏହି ଶପଥ ଗ୍ରହଣ ସମାରୋହ ଘୋଷଣା କରାଯାଇଥିଲା। ଏହା ପରେ ରାଜ୍ୟପାଳ ପୋଡିୟମରେ ପହଞ୍ଚି ପୁଷ୍କର ସିଂ ଧାମିଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହରେ ବହୁ ସ୍ଲୋଗାନ ଦିଆଯାଇଥିଲା। ସିଏମ୍ ଧାମିଙ୍କ ସମର୍ଥକମାନେ ସ୍ଲୋଗାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ୧୧ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ।

Also Read | Covid-19 Odisha:ଓଡ଼ିଶାରେ ଆଜି ୪୨ଜଣ Corona ଆକ୍ରାନ୍ତଙ୍କ ମୃତ୍ୟୁ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *