କ୍ରିୟାଯୋଗ

Share this:

ସାଧାରଣ ଅର୍ଥରେ ଯୋଗ କହିଲେ  ଗୋଟିଏ ଜିନିଷ ସହିତ ଆଉ ଗୋଟିଏ ଜିନିଷ ର ମିଶ୍ରଣ । ସମଜାତୀୟ,ସମଭାବାପନ୍ନ,ସମମନ,ସମରକ୍ତ ,ସମପ୍ରକୃତି, ସମଶକ୍ତିର ମିଶ୍ରଣ କୁ ଯୋଗ କୁହାଯାଏ ।  

ଯୋଗ ବହୁ ପ୍ରକାର ର ଯେମିତି କି, କର୍ମଯୋଗ,ଜ୍ଞାନଯୋଗ, ଭକ୍ତିଯୋଗ, ରାଜଯୋଗ ,କ୍ରିୟାଯୋଗ ଇତ୍ୟାଦି ।

 ପ୍ରଥମେ କ୍ରିୟାଯୋଗ ବିଷୟରେ ଜାଣିବା । କ୍ରିୟଯୋଗ ହେଉଛି ପ୍ରାଣବାୟୁ ଓ ଅପାନ ବାୟୁ କୁ ନାସାରନ୍ଧ୍ର ମଧ୍ୟରେ ଗତି କରାଇ ଯୋଗ ସାଧନା କରିବା ।

ଆମ ଶରୀରର ପଛପଟ ମେରୁଦଣ୍ଡ ଭିତରେ ୨ଟି ସୂକ୍ଷ ନାଡ଼ି ରହିଛି । ଯାହାକୁ  ଆମେ ଇଡ଼ା ଓ ପିଙ୍ଗଳା ନାଡ଼ି ବୋଲି କହିଥାନ୍ତି। ସାଧାରଣତଃ ଏହି ଦୁଇ ଇଡ଼ା, ପିଙ୍ଗଳା ନାଡ଼ିକୁ ଗଙ୍ଗା ଓ ଯମୁନା ବୋଲି ନାମ ଦିଆଯାଇଛି। ଏତଦ୍‌ବ୍ୟତୀତ ପଛପଟ ମେରୁଦଣ୍ଡ ମଧ୍ୟରେ ଛଅଗୋଟି ଚକ୍ର ରହିଛି ।

୧ – ଗୁହ୍ୟ ଚକ୍ର ବା ମୂଳାଧାର ଚକ୍ର

୨ – ନାଭି ଚକ୍ର

୩ – ହୃଦୟ ଚକ୍ର

୪ – କଣ୍ଠ ଚକ୍ର

୫ – ଲଲାଟ ଚକ୍ର

୬ – ଆଜ୍ଞା ଚକ୍ର

ଏହି ଛଅଗୋଟି ଚକ୍ର ମଧ୍ୟରେ ପ୍ରାଣବାୟୁକୁ ଧୀରେ ଧୀରେ ଉଠାଇବା ଓ ଧୀରେ ଧୀରେ ଖସାଇବା ପ୍ରକ୍ରିୟା ହେଉଛି କ୍ରିୟାଯୋଗ ।
ଏହି କ୍ରିୟାଯୋଗ ମାଧ୍ୟମରେ ଶକ୍ତି ସଂଗ୍ରହ କରିବା ସମ୍ଭବ ହୋଇଥାଏ । ଏହାଦ୍ଵାରା ଶରୀର ସୁସ୍ଥ ଓ ସବଳ ହୁଏ, ମନ ପବିତ୍ର ହୁଏ, ମଣିଷ ନିରୋଗୀ ହୁଏ, ଦୀର୍ଘାୟୁ ହୁଏ ଓ ସୁଖ ଶାନ୍ତି ର ଅଧିକାରୀ ହୋଇଥାଏ । ଏହି ଯୋଗକୁ ଜଣେ ଯୋଗ ସିଦ୍ଧ ଙ୍କଠାରୁ ଶିକ୍ଷା ଲାଭ କଲେ ଭଲ ଫଳ ମିଳେ ।

ବି.ଦ୍ର : ଏହାକୁ  ଉପଯୁକ୍ତ ଯୋଗ ଗୁରୁଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣ ରେ କରାଯିବା ଉଚିତ । ଏହାକୁ ନିଜେ ଘରେ କରନ୍ତୁ ନାହିଁ ।  

Share this: