Kotia: କୋଟିଆ ସୀମା ବିବାଦ; ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ଦେଲେ ସମୟ

Share this:

ନୁଆଦିଲ୍ଲୀ: କୋଟିଆ ସୀମା ବିବାଦ (Kotia Land Disputes) ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓଡ଼ିଶା (Odisha) ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଆନ୍ଧ୍ରପ୍ରଦେଶ (Andhra Pradesh) ପକ୍ଷରୁ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ଏହି ସମୟ ମିଳିଥିବା କୁହାଯାଇଛି।

ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଜଣେ ବରିଷ୍ଠ ଆଇନ୍‍ଜୀବୀ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‍ଏ ବୋବଡେ, ଜଷ୍ଟିସ୍‍ ଏଏସ୍‍ବୋପାନ୍ନା ଓ ଜଷ୍ଟିସ୍‍ ଭିରମା ସୁବ୍ରମଣ୍ୟମଙ୍କ ପୀଠରେ ନିବେଦନ କରିଥିଲେ। ଏଥିରେ ଯୁକ୍ତି ଉପସ୍ଥାପନା କରାଯାଇଲା, କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୦୬ରେ କଡ଼ା ନିର୍ଦ୍ଦେଶ ଦେଇଥିଲେ। ତେବେ ଆନ୍ଧ୍ରପ୍ରଦେଶ ସରକାର ଏହି ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରି କୋଟିଆକୁ ନିଜ ସୀମାରେ ଥିବା ଦର୍ଶାଇ ପଞ୍ଚାୟତ ନିର୍ବାଚନ କରାଇଛନ୍ତି। ଏଥିପାଇଁ ଅଦାଲତ ଅବମାନନା ମାମଲାର ତୁରନ୍ତ ଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା। ପୀଠ ଗତ ୧୨ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ।

ଏହାପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଥିଲା କୋଟିଆ ଆନ୍ଧ୍ରପ୍ରଦେଶର ଅଂଶ ଏବଂ ଏହା ପୂର୍ବରୁ ସେଠାରେ ନିର୍ବାଚନ କରାଯାଇ ଆସୁଛି। ଏହା ସହ ନିର୍ବାଚନ କମିସନଙ୍କ ମତଦାତା ସୂଚୀ ଇତ୍ୟାଦି ପ୍ରଦାନ କରି ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

[amazon_auto_links id=”9932″]

Share this: