Kala Utsav 2022-23 : ଦେଶର ଐତିହ୍ୟକୁ ମନେ ନ ରଖିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ- ଧର୍ମେନ୍ଦ୍ର ପ୍ରଧାନ

Share this:

ଭୁବନେଶ୍ଵର: Kala Utsav 2022-23 ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ। ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର (Regional Institute Of Education) ଠାରେ ଆୟୋଜିତ ପାଞ୍ଚଦିନିଆ ଜାତୀୟ କଳା ଉତ୍ସବ ୨୦୨୨-୨୩ କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan)। ସେହିପରି ଦେଶର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ସବୁ ସ୍କୁଲକୁ ଅପିଲ କରିଛନ୍ତି।

ଭାରତ ସରକାରଙ୍କ ରାଷ୍ଟ୍ରୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(NCERT) ଏବଂ ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମର ଦେଶର ଶିକ୍ଷା ବ୍ୟବସ୍ଥାରେ କଳା ଏବଂ ସଂସ୍କୃତିର ନିବିଡ ସମ୍ପର୍କ ରହିଆସିଛି। କଳା, ସାହିତ୍ୟ ଏବଂ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହାର ଆନୁଷ୍ଠାନୀକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ ଜାତୀୟ କଳା ଉତ୍ସବର କଳ୍ପନା କରିଥିଲେ। ଏହି କ୍ରମରେ ଏକ ଭାରତ ଶ୍ରେଷ୍ଠ ଭାରତର ଏହି ବିରାଟ ଉତ୍ସବରେ ଦେଶର କୋଣ ଅନୁକୋଣରୁ ଆସିଥିବା ବିଦ୍ୟାର୍ଥୀମାନେ ନିଜ ନିଜ ଅଞ୍ଚଳର କଳା ଏବଂ ସଂସ୍କୃତିକୁ ପ୍ରଦର୍ଶନ କରିବା ଖୁସିର ବିଷୟ।

Kala Utsav 2022-23_dharmendra_pradhan


କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଳା ଉତ୍ସବର (Kala Utsav 2022-23) ସର୍ବଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଦିଲ୍ଲୀ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ସେ କହିଛନ୍ତି ଓଡ଼ିଶା ସମେତ ଦେଶର ପ୍ରତିଭାବାନ ଯୁବବର୍ଗ ତଥା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବଦୋୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୃଥକ ୧୦ଟି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ପ୍ରତିଯୋଗୀତାରେ ଯେଉଁ ତିନିଜଣ ଗ୍ରୁପ ସମୂହ ଏଥିରେ ବିଜେତା ହେବେ ସେମାନଙ୍କୁ ୨୬ ଜାନୁଆରୀରେ ଜାତୀୟ ପରେଡ୍ ଦେଖିବା ପାଇଁ ନିମନ୍ତ୍ରଣ ଦିଆଯିବ। ଏହାର ପର ଦିନ ଅର୍ଥାତ୍ ୨୭ ଜାନୁଆରୀରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପେ ଚର୍ଚ୍ଚା ୨୦୨୩ ମଞ୍ଚରେ ଥିବେ ସେତେବେଳେ ଏହି ପିଲାମାନେ ମଞ୍ଚରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇପାରିବେ।

ସେ କହିଛନ୍ତି, ଏନସିଇଆରଟି ନେତୃତ୍ୱରେ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ କାମ ଦ୍ରୁତ ଗତିରେ ଚାଲୁଅଛି । ଶିକ୍ଷା ନୀତିର ମୂଳ ଯୋଜନା ହେଉଛି ନୂଆ ପାଠ୍ୟକ୍ରମ। ତିନି ବର୍ଷ ବୟସରୁ ବାଲ୍ ବାଟିକା ଆରମ୍ଭ ହେବ। ଏଥିପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହୋଇସାରିଛି। ଏହି ସରସ୍ୱତୀ ପୂଜା ସୁଦ୍ଧା ପ୍ରାରମ୍ଭିକ ଅବସ୍ଥା ତଥା ବାଲବାଟିକାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ପ୍ରଥମ ପାଞ୍ଚ ବର୍ଷର ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ ଏବଂ ବହି ବି ଆସିଯିବ। ଏନସିଇଆରଟି ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ମିଶି ପୁସ୍ତକ ତିଆରି କରୁଛି। ଆଗାମୀ ଦିନ ମାନଙ୍କରେ ଏକବିଂଶ ଶତାବ୍ଦୀର ଆବଶ୍ୟକତା, ବସୁଧୈବ କୁଟୁମ୍ବକମର ଭାବନା ଆଧାରରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ଭଳି ୧୫ ବର୍ଷର ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ଏହାବ୍ୟତିତ ଶିକ୍ଷା ନୀତିରେ ଭାରତୀୟ ଭାଷାକୁ ଗୁରୁତ୍ୱ ଦିଆଯାଉଛି । ମାତୃଭାଷା ସହ ସ୍ଥାନୀୟ ଭାଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପିଲାଟି ପଢିବାର ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପଢିଲେ ତା’ର ପ୍ରତିଭା ବିକଶିତ ହୋଇପାରିବ। କଳା ଉତ୍ସବ ଏହାର ଏକ ପ୍ରୟୋଗଶାଳା ହେବ।

Read Also | Demonetisation Decision 2016: ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତି ଠିକ: ସୁପ୍ରିମ୍‌କୋର୍ଟ

Advertisement

FROM THE WEB

Share this:

Leave a Reply

Your email address will not be published. Required fields are marked *