Pradhan Mantri Ujjwala Yojana: କରୋନା ସଂକଟ ସମୟରେ ଓଡ଼ିଶାରେ ୭୭ ଲକ୍ଷରୁ ଅଧିକ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (Ujjawala) ରେ ଗରିବ ପରିବାରର ମହିଳାମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇ ୧ ଏପ୍ରିଲ ୨୦୧୬ ରେ ଆରମ୍ଭ ହୋଇଥିଲା। ୨୦୧୯ ସେପ୍ଟେମ୍ବର ୭ ରେ ଏହି ଲକ୍ଷ୍ୟ ପୂରଣ ହୋଇଥିଲା। ଏହା ସତ୍ତ୍ୱେ କରୋନା ମହାମାରୀ ସଂକଟ ସମୟରେ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱତନ୍ତ୍ରଭାବେ ଗରିବ ପରିବାରର ମହିଳାମାନଙ୍କୁ ଏହି ଯୋଜନାରେ ଗ୍ୟାସ୍‌ ଯୋଗାଇ ଦିଆଯାଇଛ। ଆଜି ରାଜ୍ୟସଭାରେ ଏ ସଂପର୍କରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan ) ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୬-୧୭ ବର୍ଷରେ ୨୦୦.୩ ଲକ୍ଷ, ୨୦୧୭-୧୮ ରେ ୧୫୫.୭ ଲକ୍ଷ, ୨୦୧୮-୧୯ ରେ ୩୬୨.୯ ଲକ୍ଷ ଏବଂ ୨୦୧୯-୨୦ ରେ ୮୨.୬୪ ଲକ୍ଷ ଗରିବ ମହିଳାଙ୍କୁ ଏହି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି।

ଶ୍ରୀ ମହେଶ ପୋଦ୍ଦାରଙ୍କ ଦ୍ୱାରା ପଚରା ଯାଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କୋଭିଡ୍‌ ମହାମାରୀ (Covid-19) ସମୟରେ କେତେ ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର ଯୋଗାଇ ଦିଆଯାଇଛି ତାହାର ମଧ୍ୟ ଉତ୍ତର ମନ୍ତ୍ରୀ ଶ୍ରୀ ପ୍ରଧାନ ସବିଶେଷ ରଖିଛନ୍ତି। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗ୍ୟାସ ସିଲିଣ୍ଡର ରିଫିଲ୍‌ ବାବଦରେ ହିତାଧିକାରୀମାନଙ୍କୁ ଅଗ୍ରୀମ ଆକାରରେ ମୋଟ ୧୩ କୋଟି ୬ ଲକ୍ଷ ୮୭ ହଜାର ୮୦୭ ସିଲିଣ୍ଡର ପ୍ରଦାନ କରାଯାଇଛି। ସେହିଭଳି ଏହି ସମୟ ମଧ୍ୟରେ ମାଗଣା ସିଲିଣ୍ଡର ଯୋଗାଣ ବାବଦରେ ଉଦ୍ୟୋଗଗୁଡିକ ଦ୍ୱାରା ମୋଟ ୯୬୭୦.୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ସେହିପରି କରୋନା ମହାମାରୀ ସମୟରେ ଓଡ଼ିଶାର ୭୭ ଲକ୍ଷ ୨୬ ହଜାର ୩୮୭ ରିଫିଲ୍‌ ସିଲିଣ୍ଡର ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି। ଏ ବାବଦରେ ମୋଟ ୫୭୧.୭୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସବୁଠୁ ଅଧିକ ଗ୍ୟାସ ସିଲିଣ୍ଡର ଉତ୍ତର ପ୍ରଦେଶରେ ଯୋଗାଇ ଦିଆଯାଇଛି। ଏହି ସଂଖ୍ୟା ୨ କୋଟି ୫୮ ଲକ୍ଷ ୧୨ ହଜାର ୫୭ଅଟେ । ଏହାପରେ ରହିଛି ପଶ୍ଚିମବଂଗ। ସେଠାରେ ଏହି ସମୟରେ ୧ କୋଟି ୬୫ ଲକ୍ଷ ୨୧ ହଜାର ୬୧୦ସିଲିଣ୍ଡର ବଣ୍ଟନ କରାଯାଇଛି। ସେହିଭଳି ବିହାରରେ ୧ କୋଟି ୪୪ ଲକ୍ଷ ୩୯ ହଜାର ୩୪୨ ସିଲିଣ୍ଡର ହିତାଧିକାରୀଙ୍କୁ ଦିଆଯାଇଥିବାବେଳେ ରାଜସ୍ଥାନରେ ୧ କୋଟି ଲକ୍ଷେ ୬୨ ହଜାର ୬୦୨ ସିଲିଣ୍ଡର ହିତାଧିକାରୀ ପାଇଛନ୍ତି।

Also Read:

ବାଘ ଓ ହାତୀ ପ୍ରକଳ୍ପରେ ଓଡିଶାକୁ ମିଳିଛି ୩୬ କୋଟି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Mega Food Park: ରାୟଗଡ଼ାରେ ୨୧୨୪ ଜଣଙ୍କୁ ମିଳିବ ନିଯୁକ୍ତି

Share this: