Covid19 India Update: ଗତ ୨୪ଘଣ୍ଟା ମଧ୍ୟରେ ୯୦,୧୨୩ କରୋନା ସଂକ୍ରମିତ ଚିହ୍ନଟ, ୧୨୯୦ ରୋଗୀଙ୍କର ମୃତ୍ୟୁ

Share this:

ନୂଆଦିଲ୍ଲୀ: ଦେଶରେ ଗତ କିଛିଦିନ ଲଗାତାର ଭାବେ ୯୦ ହଜାରରୁ ଅଧିକ ଦୈନିକ କରୋନା (Covid-19) ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ନେଇ ଦେଶରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ  ୧୨ ଶହରୁ ଅଧିକ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାର ୧୨୩ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ୧,୨୯୦  ରୋଗୀଙ୍କ କରୋନା (Corona Pandemic ) ମହାମାରୀରେ ମୃତ୍ୟୁ ଘଟିଛି।

Also Read:Covid19 Angul Update: ଅନୁଗୋଳ ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ସମୁଦାୟ ମାମଲା ୫୦ ଲକ୍ଷ ୨୦ ହଜାର ୩୬୦ରେ ପହଁଚିଛି। ସେହିପରି ସକ୍ରିୟ ମାମଲା ସଂଖ୍ୟା ହେଉଛି ୯ଲକ୍ଷ ୯୫ ହଜାର ୯୩୩ ଜଣ।  ବର୍ତ୍ତମାନ ପର୍ଯ୍ୟନ୍ତ ୩୯ ଲକ୍ଷ ୪୨ ହଜାର ୩୬୧ ଦେଶରେ କରୋନାରୁ ସୁସ୍ଥ ହୋଇପାରିଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏଥି ସହିତ ଏହି ମହାମାରୀରେ ୮୨ ହଜାର ୬୬ ଜଣ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟିଛି।

Also Read:

Covid19 Odisha Update: ଆଜି ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ମୃତ୍ୟୁସଂଖ୍ୟା ୬୪୫

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

Share this: