IPL 2020 KKR vs DC: ରାଣା-ନାରାୟନଙ୍କ ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଧମାକା, କେକେଆରର ଦିଲ୍ଲୀ କ୍ୟାପିଟାଲସ୍ ବିପକ୍ଷରେ ବିଜୟୀ

Share this:

ଦୁବାଇ: ଶନିବାର ଏଠାରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (Kolkata Night Riders) ର ନୀତୀଶ ରାଣା (Nitish Rana), ଅଲରାଉଣ୍ଡର ସୁନୀଲ ନାରାୟନ (Sunil Narine) ଓ ବରୁଣ ଚକ୍ରବର୍ତ୍ତୀ (Varun Chakravarthy)ଙ୍କ ଆକ୍ରମଣରେ  ଦିଲ୍ଲୀ କ୍ୟାପିଟାଲସ୍ (DC) ଠାରୁ ୫୯ ରନ୍‌ରେ ବିଜୟ ହାସଲ କରିନେଇଛି। ପୂର୍ବ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷରେ ୮୪ ରନରେ ହାରିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଏହି ବିଜୟ ସହ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ବର୍ତ୍ତମାନ KKR ୧୧ ଟି ମ୍ୟାଚରୁ ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରଖିଛି।

IPL 2020: ଅନୁଷ୍କାଙ୍କ ଜବାବପରେ, ଗାଭାସ୍କରଙ୍କ ସଫେଇ ସେ ମହିଳା ବିରୋଧୀ ବିବୃତ୍ତି ଦେଇ ନାହାଁନ୍ତି; ଜାଣନ୍ତୁ କଣ କହିଛନ୍ତି ଗାଭାସ୍କର…

କେକେଆର୍ ଓପନର୍ ଭାବରେ ରାଣା ୧୩ ବଲରେ ୧୩ ଟି ଚୌକା ଓ ଗୋଟିଏ ଛକା ମାରି ୫୩ ରନ କରିଥିଲେ। ନାରାୟନ୍ ୩୨ ବଲରେ ଛଅଟି ଚୌକା ଓ ଚାରିଟି ଛକା ମାରି ୬୪ ରନ କରିଥିଲେ। ଚତୁର୍ଥ ୱିକେଟ୍ ପାଇଁ ୫୬ଟି ବଲରେ ୧୧୫ ରନ ଭାଗିଦାରୀ ହୋଇଥିଲା। ଯାହାଫଳରେ KKR ୧୯୪ ରନର ବିଶାଳ ସ୍କୋର କରିପାରିଥିଲା। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲସ୍ ୨୦ ଓଭରରେ ୯ଟି  ୱିକେଟ୍ ପାଇଁ ୧୩୫ ରନ୍ ସ୍କୋର କରିପାରିଲା। କେବଳ ଅଧିନାୟକ ଶ୍ରେୟାସ ଆୟର ୪୭ ରନ ସହ ଦଳରେ ଶୀର୍ଷ ସ୍କୋରର ହୋଇଥିଲେ।

 ଦିଲ୍ଲୀ ଚେନ୍ନାଇ ବିପକ୍ଷରେ ବଡ ବିଜୟ, ଅଧିନାୟକ ଅକ୍ଷାର ପଟେଲ ଓ ଧାୱନଙ୍କୁ ବିଜୟ ପାଇଁ ଶ୍ରେୟ ଦେଲେ

ଚାରି ଓଭରରେ ୨୦ ରନ୍ ପାଇଁ ପାଞ୍ଚ ୱିକେଟ୍ ନେଇ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚଳିତ ସିଜନରେ ପ୍ରଥମ ବୋଲର। ଚାରି ଓଭରରେ ୧୭ ରନ୍ ପାଇଁ ପ୍ୟାଟ୍ କମିନ୍ସ ତିନିଟି ୱିକେଟ୍ ନେଇଥିବାବେଳେ ଲକି ଫର୍ଗୁସନ୍ ଗୋଟିଏ ୱିକେଟ୍ ନେଇଥିଲେ।

Also Read| IPL 2020: ଏବି ଡି ଭିଲିୟର୍ସ ‘ଅସମ୍ଭବ’ ମ୍ୟାଚ୍ ରେ RCB କୁ ଜିତାଇଲେ ଏମିତି ଥିଲା ଅନୁଷ୍କା-ବିରାଟଙ୍କ ପ୍ରତିକ୍ରିୟା

Share this: