Covid-19 Odisha Report: ଓଡ଼ିଶାରରୁ ଆଉ ୬୪ ଜଣଙ୍କ ଜୀବନ ନେଲା କରୋନା

Share this:

ଭୂବନେଶ୍ଵର: ଓଡ଼ିଶା (Odisha) ରେ ଆଉ ୬୪ଜଣଙ୍କ ଜୀବନ ନେଇଛି କରୋନା (Coronavirus)। ଏହି କରୋନା ଆକ୍ରାନ୍ତମାନଙ୍କର  ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ୯୬୬ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଖୋର୍ଦ୍ଧା, କଟକ ଏବଂ ଭଦ୍ରକ ଜିଲ୍ଲାରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ପୁରୀ ଏବଂ ସୁନ୍ଦରଗଡ ଜିଲାରୁ ୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ଝାରସୁଗୁଡା  ଏବଂ ମୟୁରଭଞ୍ଜରୁ ୨ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ରାପଡ଼ାରୁ ୪ଜଣ, ନୟାଗଡ ଏବଂ ଢେଙ୍କାନାଳରୁ ୩ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଗଞ୍ଜାମ, ଯାଜପୁର, ଜଗତସିଂପୁର, କନ୍ଧମାଳ, କୋରାପୁଟ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ  କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୬୦ ଲକ୍ଷ ୯୭ ହଜାର ୪୧୨ଟି  ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୭୮ ହଜାର ୭୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୮୯୯ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୫୬ ହଜାର ୮୨୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ହଜାର ୮୫୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | IPS Bharti Arora ଭଗବାନ ଶ୍ରୀକୃଷ୍ଣଙ୍କ ସେବା କରିବା ପାଇଁ ଛାଡ଼ିବେ ଚାକିରୀ, ନେବେ VRS

Share this: