HSRP Registration Odisha : ଏଥର ନଭେମ୍ବର ୧ରୁ ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, Apply Online

Share this:

କଟକ: HSRP Registration Odisha Apply Online ଏଥର ନଭେମ୍ବର ୧ରୁ ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ। ଗାଡ଼ି ଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (HSRP Registration Odisha) ର ଯାଞ୍ଚ ଧାର୍ଯ୍ୟ ସମୟସୀମା ୧ମାସ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ
ଜଣାଇଛନ୍ତି।

ସୂଚନା ଅନୁସାରେ ମିଳିଥିବା ଏହି ସମୟ ମଧ୍ୟରେ ଭିତ୍ତିଭୂମି ବିକାଶ, ମୋ ସେବା କେନ୍ଦ୍ର (MO Seva Kendra) ରେ ନମ୍ବର ପ୍ଲେଟ ବୁକିଂ, ଗ୍ରାମାଞ୍ଚଳରେ ଶିବିର ଆୟୋଜନ, ଅନ୍‍ ଲାଇନ ସ୍ଲଟ (Online Slot Booking) ମିଳିବା ବ୍ୟବସ୍ଥା ସୁନିଶ୍ଚିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

bagsa

ମିଳିଥିବା ସୂଚନାଅନୁସାରେ ୧, ୨, ୩, ୪ ନମ୍ବରରେ ଶେଷ ହେଉଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟର ସମୟସୀମାର ଆଜି ସେପ୍ଟେମ୍ବର ୩୦ ଅନ୍ତିମ ତାରିଖ ଥିଲା। ଆଉ ଆସନ୍ତା କାଲି ଅକ୍ଟୋବର ୧ରୁ ଯାଞ୍ଚ ହୋଇଥାନ୍ତା। ଅନ୍ୟପକ୍ଷରେ ହାଇକୋର୍ଟରେ ଏ ସଂକ୍ରାନ୍ତରେ ମାମଲା ଦାୟର ହେବା ପରେ ପରିବହନ ବିଭାଗକୁ ଅଦାଲତ ପକ୍ଷରୁ ପ୍ରଶ୍ନ ପଚରାଯିବା ସହ ରାଜ୍ୟ ସରକାରଙ୍କୁ ଏହାର ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ସେହି ନିର୍ଦ୍ଦେଶ ଆଧାରରେ ସରକାରଙ୍କ ପକ୍ଷରୁ ସ୍ଲଟ ବୁକିଂ ପାଇଁ ପୋଷ୍ଟ ଅଫିସ ଓ ଜନସେବା କେନ୍ଦ୍ରକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା
ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଏଥର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ ବିନା କୌଣସି ଗାଡ଼ି ରାସ୍ତାରେ ଗାଡ଼ି ପାରିବ ନାହିଁ। ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍‍ ଲଗାଇବାକୁ ବାଧ୍ୟ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୧୯ ମସିହାରୁ ପଞ୍ଜୀକୃତ ଏହି ନମ୍ବର ପ୍ଲେଟ୍‍ ବ୍ୟବହାର ହେଉଥିବା ବେଳେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍‍ ରହିଛି।

amazon_sale2

ସୂଚନାଅନୁସାରେ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍‍ ଲଗାଇବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏହି ନମ୍ବର ପ୍ଲେଟ୍‍ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ୱୀକୃତି ପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ଏହି ନମ୍ବର ପ୍ଲେଟ ଆବେଦନ ପାଇଁ  ଏକ ନୂଆ ସ୍ୱତନ୍ତ୍ର ପୋର୍ଟାଲ ଆପ୍‍ SIAM ଖୋଲାଯାଇଛି।

ON LINE Booking ପାଇଁ ଏଠାରେ Click କରନ୍ତୁ …

Read Also | PMGKAY: ମୋଦୀ ସରକାରଙ୍କ ବଡ଼ ଘୋଷଣା, ପୁଣି ମିଳିବ ୩ ମାସ ମାଗଣା ରାସନ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *