Odisha Covid: କମୁଛି ସଂକ୍ରମଣ, ଓଡିଶାରୁ ଆଜି ୧୪୬ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: Odisha Covid Cases last 24 hours ଓଡ଼ିଶାରେ ଆଜି କମିଛି କରୋନା ସଂକ୍ରମଣ। ଗତକାଲି ଓଡ଼ିଶାରୁ ୨୦୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୧୪୬ଜଣ (Odisha Covid Cases) ଚିହ୍ନଟ ହୋଇଛନ୍ତି। ଯାହାକି କାଲି ଅପେକ୍ଷା ଆଜି କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୧୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

tv

ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୧୪ଜଣ, ବରଗଡ଼ରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ଭଦ୍ରକରୁ ଜଣେ, କଟକରୁ ୧୭ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ଜଣେ, ଗଜପତିରୁ ୪ଜଣ, ଗଞ୍ଜାମରୁ ଜଣେ, ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୬ଜଣ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡାରୁ ଜଣେ, ଖୋର୍ଦ୍ଧାରୁ ୨୪ଜଣ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୪ଜଣ, ନବରଂଗପୁରରୁ ୪ଜଣ, ନୟାଗଡରୁ ୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୨୨ଜଣ, ସମ୍ବଲପୁରରୁ ୬ଜଣ, ସୋନପୁରରୁ ୬ଜଣ, ସୁନ୍ଦରଗଡରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୬ଜଣ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୫ ଲକ୍ଷ ୮୯ ହଜାର ୩୧୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୪ ହଜାର ୨୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୦୯ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୩ ହଜାର ୬୪୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୪୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[a[amazon_auto_links id=”9939″]

mahimalive news
amazon+home

Read Also | Krushak Odisha Registration: ଏଥର PM Kisan ଓ Kalia Yojana ରୁ ବାଦ ପଡ଼ିବେ ବହୁ ଚାଷୀ; ଶୀଘ୍ର କରନ୍ତୁ ପଞ୍ଜୀକରଣ

amazon_coupons
Share this:

Leave a Reply

Your email address will not be published. Required fields are marked *