Hingula Mandir: ହିଙ୍ଗୁଳା ମନ୍ଦିର ନିର୍ମାଣପାଇଁ ଶ୍ରଦ୍ଧାଳୁଙ୍କ ଦାନ

hingula

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର (Talcher) ବ୍ଲକ ଗୋପାଳପ୍ରସାଦ (Gopalprasad) ସ୍ଥିତ ମା’ ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣକାର୍ଯ୍ୟ ଜାରିରହିଛି। ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ନିର୍ମିତ ହେଉଥିବା ମନ୍ଦିରର ମୁଖଶାଳା ଓ ଯଜ୍ଞ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇ ଚାଲୁରହିଛି।

ମା’ ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣକାର୍ଯ୍ୟ ସକାଶେ ବହୁତ ଶ୍ରଦ୍ଧାଳୁ ଭକ୍ତ ଅର୍ଥ ଦାନ କରୁଛନ୍ତି। ପଦ୍ମାବତୀପୁର ପଞ୍ଚାୟତ ଅଧୀନ ଲଛମନପୁର ଗ୍ରାମର ସମାଜସେବୀ ମହର୍ଗା ବେହେରାଙ୍କ ପକ୍ଷରୁ ମନ୍ଦିର ପାଣ୍ଠିକୁ ୫୦ ହଜାର ୫୫୫ ଟଙ୍କାର ଚେକ ଆକାରରେ ଅର୍ଥଦାନ କରାଯାଇଛି।

ଏହି ଅବସରେ ତାଳଚେର ବିଧାୟକ ବ୍ରଜ ବିଶୋର ପ୍ରଧାନ, ଟ୍ରଷ୍ଟ ବୋର୍ଡ ସଭ୍ୟ ମୁରଲୀଧର ସାହୁ, ଟଙ୍କଧର ଦେହୁରୀ, ମନ୍ଦିର କର୍ମଚାରୀ ବିନୟ କୁମାର ମହାନ୍ତି ଏବଂ ପଞ୍ଚାନନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Also Read | Covid-19 Angul: ଅନୁଗୁଳ ଜିଲ୍ଲାରୁ ପ୍ରଥମ ଥରପାଇଁ ଆଜି ରେକର୍ଡ ସଂଖ୍ୟକ ୩୯୩ ଜଣ କରୋନା ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *