Malkangiri: ପୋଲିସ ଡିଜିଙ୍କ ବଣ୍ଡା ଘାଟି ଗସ୍ତ, ୨୯ ବର୍ଷ ପରେ ପ୍ରଥମ ଗସ୍ତ

Share this:

ଭୁବନେଶ୍ଵର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (Police DGP) ଶ୍ରୀ ଅଭୟ (Sri Abhay) ଆଜି ମାଲକାନଗିରି ବଣ୍ଡା ଘାଟି ଗସ୍ତ କରିଛନ୍ତି। ଏହି ଅବସରରେ ସେ ମାଓବାଦୀ ଦମନ ନେଇ ପୋଲିସର ଆଗାମୀ ରଣନୀତି ଓ ସ୍ଥିତି ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି।

ଆଜି ବୈଠକପରେ ସେ ମାଓବାଦୀମାନଙ୍କୁ ହିଂସାଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆତ୍ମ ସମର୍ପଣ କରିଥିବା ମାଓବାଦୀମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ। ଏହି ପରିପ୍ରେକ୍ଷୀରେ ଶ୍ରୀ ଅଭୟ ବିଏସଏଫ (BSF) ଯବାନ ଓ ଅଧିକାରୀଙ୍କ ସହିତ ବଣ୍ଡାଘାଟି ଅଂଚଳ ତଥା କୋରାପୁଟ ଜିଲ୍ଲା ସୀମାକୁ ଲାଗି ରହିଥିବା ଅଂଚଳ ଗୁଡିକରେ ମାଓବାଦୀ ଦମନ ସହ ଲୋକଙ୍କୁ ସୁରକ୍ଷା କିପରି ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ। ୧୯୯୨ ମସିହା ପରେ ପୁନଶ୍ଚ ବଣ୍ଡାଘାଟି ଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ସେଠାରେ ରାସ୍ତା, ପାନୀୟ ଜଳ, ସ୍ଵାସ୍ଥ୍ୟ ଏବଂ ଶିକ୍ଷା ଉପରେ ସରକାର ଗୁରୁତ୍ୱ  ଦେଇ ଆସିଥିବା କହିଥିଲେ। ନକ୍ସଲ ବିକାଶ ପଥରେ ବାଧା ନସୃଷ୍ଟି କରିବାକୁ ସେ ଆହ୍ଵାନ ଦେଇଥିଲେ। ପୁଲିସ ଏବଂ ବିଏସ୍ଏ‌ଫ ମିଳିତ ଭାବେ ସଂପୂର୍ଣ୍ଣ ବଣ୍ଡାଘାଟିକୁ ଘେରି ରହିଛନ୍ତି। ଜିଡିପି ଅଭୟ ବଣ୍ଡା ମହିଳାଙ୍କ ସହ ଆଲୋଚନା କରିଥିଲେ।

 ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡି. ଋଷିକେଶ ଖିଲାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

[amazon_auto_links id=”10233″]

Also Read | Covid-19 Odisha: ରାଜ୍ୟରେ ଆଜି ୧୪ଜିଲ୍ଲାରୁ ୭୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Share this: