ଆଜିର ରାଶିଫଳ

Share this:

ମେଷ: ଡର, ସନ୍ଦେହ ଓ ଲୋଭ ପରି ନକାରାତ୍ମକ ଭାବନାକୁ ଛାଡି ଦିଅନ୍ତୁ, କାରଣ ଏହି ବିଚାର ସେମିତିଆ ଜିନିଷକୁ ଆକର୍ଷିତ କରେ, ଯାହା ଆପଣ ଚାହୁଁ ନାହାନ୍ତି। ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି। ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ପିଲା ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ହୋଇ ପାରେ।  

ବୃଷ: କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି। ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ। ଘରୋଇ କାର୍ଯ୍ୟ ସାରିବାରେ ପିଲା ମାନେ ସାହାଯ୍ୟ କରିବେ। ଖାଲି ସମୟରେ ତାଙ୍କୁ ଏମିତିଆ କାର୍ଯ୍ୟ କରିବାକୁ ଉତ୍ସାହିତ କରନ୍ତୁ।

ମିଥୁନ: ଖୁଦ୍ର ସମୟ ପାଇଁ କ୍ରୋଧ ବିବାଦ ଓ ଦୁର୍ଭାବନାର କାରଣ ହୋଇ ପାରେ। ଘରର ବହୁତ ଛୋଟ ଛୋଟ ଜିନିଷ ରେ ଆପଣଙ୍କର ବହୁତ ଖର୍ଚ୍ଚ ହେବ , ସେଥିପାଇଁ ଆପଣ ମାନସିକ ଗ୍ଲାନି ମଧ୍ୟରେ ରହିବେ। ସହକରମୀ କିମ୍ବା ସହଯୋଗୀ ଆପଣଙ୍କୁ ସାହାଯ୍ୟ କରିପାରନ୍ତି,କିନ୍ତୁ ସେମାନେ ବେଶୀ ସାହାଯ୍ୟ କରି ପାରିବେ ନାହିଁ। ଆପଣ ନିଜକୁ ସମୟ ଦେବା ଜାଣନ୍ତି। ସେଥିପାଇଁ ଆପଣ ଆପଣଙ୍କର ଖାଲି ସମୟରେ କିଛି ଖେଳ ଖେଳି ବା ଜ଼ିମ ଯାଇ ସମୟ ଅତିବାହିତ କରିପାରନ୍ତି।

କର୍କଟ: ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ। ଯେଉଁ ମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ଅଛି। ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ। ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ।

ସି˚ହ: ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ତ୍ବେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ। ନିଜ ପାଇଁ ଧନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ। ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ। ଆପଣଙ୍କୁ ଚିନ୍ତାମୁକ୍ତ ହୋଇ ନିଜର ଘନିଷ୍ଠ ବନ୍ଧୁ ଓ ପରିବାର ଲୋକଙ୍କ ମଧ୍ୟରେ ଖୁସିର ସମୟ ଖୋଜିବାକୁ ଚେଷ୍ଟା କରିବା କଥା। କାର୍ଯ୍ୟାଳୟରେ ଆପଣଙ୍କ ଶତ୍ରୁ ଆଜି ଆପଣଙ୍କର ଗୋଟେ ଭଲ କାର୍ଯ୍ୟ କରଣରୁ ମିତ୍ର ପାଲଟି ଯିବେ।

କନ୍ୟା: ଘରେ କାମ କଲା ବେଳେ ସମାଧାନ ରୁହନ୍ତୁ। ଘରୋଇ ଜିନିଷକୁ ବେଖାତିର ହୋଇ ବ୍ୟବହାର କରିବା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରି ପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ। ଆଜି ଆପଣଙ୍କ ଉର୍ଜା ଓ ପ୍ରଫୁଲ ଭରା ବ୍ୟାହର କାରଣରୁ ଆପଣଙ୍କ ଆଖ-ପାଖ ଲୋକ ଖୁସି ରହିବେ। ଚାକିରୀରେ ପ୍ରୋତ୍ସାହନ ମିଳିପାରେ। ବ୍ୟବସାୟୀ ମାନେ ତାଙ୍କ ଵାଣିଜ୍ୟକୁ ବିସ୍ତାର କରିବାପାଇଁ ଅନୁଭବୀ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରିପାରନ୍ତି।

ତୁଳା: ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ। ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ। ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ଆପଣ ନିଜର ମତ-ପିତାଙ୍କୁ ଖୁସି କରିବାରେ କଠିନ ଅନୁଭବ କରିବେ। ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କ ଦୃଷ୍ଟିରେ ଆସି ପାରନ୍ତି- ଯଦି ଆପଣ ନିଜ ଦଳଠୁ ଅଲଗା ହୋଇ ରହିବେ।  

ବିଛା: ଅନ୍ୟ ମାନଙ୍କ ପାଇଁ ଖରାପ ଚିନ୍ତାଧାରା ରଖିବା ମାନସିକ ଚାପକୁ ସୃଷି କରି ପାରେ। ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଁଠି ବହୁତ ଦିନ ପାଇଁ ନିବେଶ କରିବେ। ଝିଅର ରୋଗ ଆପଣଙ୍କ ମନ ଖରାପ କରି ପାରେ। ଉତ୍ସାହ ବଢ଼େଇବା ପାଇଁ ତାଙ୍କୁ ସ୍ନେହ ସହିତ ଗେହ୍ଲା କରନ୍ତୁ। ଆପଣଙ୍କୁ ଏମିତି ଅନୁଭବ ହୋଇ ପାରେକି ଆପଣଙ୍କ ସୃଜନଶୀଳତା କୌଣସି ଜାଗାରେ ହଜି ଯାଇଛି ତେଣୁ ଆପଣଙ୍କୁ ନିଷ୍ପତି ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ପାରେ। ଆପଣ ନିଜେ ନିଜକୁ ଭଲ ଭାବରେ ବୁଝିବା ଦରକାର।

ଧନୁ: ଆଜି ଆପଣ ବହୁତ ଗୁଡ଼େ ଜିନିଷ ଉପରେ ଖର୍ଚ୍ଚ କରିପାରନ୍ତି। ପିଲା ମାନେ ପାଠ ସମ୍ପର୍କରେ କିଛି ସାହାଯ୍ୟ ମାଗି ପାରନ୍ତି। ଆପଣଙ୍କୁ କିଛି ସବୁଠୁ ବଢିଆ ସୁଯୋଗ ନୂତନ ଲୋକଙ୍କ ମାଧ୍ୟମ ଠୁ ମିଳି ପାରେ। ଲୋକଙ୍କ ସହିତ ଗପି ଆପଣଙ୍କର ବହୁମୂଲ୍ୟ ସମୟ ଆଜି ବର୍ବାଦ କରନ୍ତୁ ନାହିଁ।

ମକର: ଆପଣଙ୍କ ମନ ଇଚ୍ଛା କାର୍ଯ୍ୟ କରିବା ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବାଧା ସ୍ତୃଷ୍ଟି କରି ପାରେ। ଆର୍ଥିକ ଅବସ୍ଥାରେ କେବଳ ଗୋଟିଏ ହିଁ ସ୍ତ୍ରୋତରୁ ଲାଭ ମିଳିବ ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ। ଆଖି କେବେ ମିଛ କୁହେ ନାହିଁ ଓ ଆପଣଙ୍କ ଜୀବନ ସାଥୀ ଆଜି ଆଖିରେ କିଛି ଗୋଟେ ମହତ୍ୱପୂର୍ଣ୍ଣ କଥା କହିବେ। ଆପଣଙ୍କ ପରିଶ୍ରମ ଆଜି କାର୍ଯ୍ୟକ୍ଷେତ୍ରରେ ରଙ୍ଗ ଦେଖେଇବ।  

କୁମ୍ଭ: ଧର୍ଯ୍ୟ ରଖନ୍ତୁ,କାରଣ ବୁଦ୍ଧି ଓ ଚେଷ୍ଟା ସଫଳତା ନିହାତି ଦେବ। ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗର କରନ୍ତୁ। ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ। ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଆପଣ ଆପଣଙ୍କ ସହଭାଗୀଙ୍କ ସହିତ ଯୁକ୍ତି ତର୍କ ଅଥବା ଝଗଡ଼ା କରିପାରନ୍ତି, କିନ୍ତୁ ଆପଣଙ୍କ ସହଭାଗୀଙ୍କ ବୁଝାମଣା ସହିତ ଆପଣଙ୍କୁ ଶାନ୍ତ କରିଦେବେ। ଆଜି ପରିବାରର ବହୁତ ଗୁଡ଼େ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ।  

ମୀନ: ଏକେଲା ରହିବାର ଭାବନା ଠୁ ବାହାରକୁ ଆସନ୍ତୁ ଓ ପରିବାର ସହିତ ଟିକେ ସମୟ ବିତାନ୍ତୁ। ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପୀତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ। ଆଜି ସନ୍ଧ୍ୟା ବେଳେ କେହି ଘନିଷ୍ଟ ମିତ୍ର କି ସମ୍ବନ୍ଧୀ ଆସି ପାରନ୍ତି। ଆଜି ନିଜ କାମ ନିଜେ କରିବାକୁ ଚେଷ୍ଠା କରନ୍ତୁ। ମଧ୍ୟ ହେବ | ବିରକ୍ତ ହେଉଥିବା ବୈବାହିକ ଜୀବନରେ କିଛି କୌତୁହଳଜନକ ଖୋଜିବାକୁ ଚେଷ୍ଟା କରନ୍ତୁ।

Also Read |Swabhiman Anchal: ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ଦେବେ ମାଗଣାରେ ସ୍ମାର୍ଟ ଫୋନ୍‍

[amazon_auto_links id=”9939″]

Share this: