Breaking NewsCORONA UPDATESଜାତୀୟ

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬ ହଜାର ରୁ ଅଧିକ ରୋଗୀ ସୁସ୍ଥ; ୭୦ ପ୍ରତିଶତକୁ ଟପିଲା ଆରୋଗ୍ୟ ହାର

Share this:

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୬ ହଜାର ୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦକ୍ଷତାପୂର୍ଣ୍ଣ ଆବଧାଞ୍ଚଳ ପରିଚାଳନା, ବ୍ୟାପକ ନମୁନା ପରୀକ୍ଷଣ ଓ ଗୁଣାତ୍ମକ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଉଛି । ଜୁଲାଇ ପ୍ରଥମ ସପ୍ତାହରେ ପ୍ରତିଦିନ ହାରାହାରି ୧୫ ହଜାର ରୋଗୀ ଆରୋଗ୍ୟ ହେଉଥିବା ବେଳେ ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରତିଦିନ ଏହା ୫୦ ହଜାରରୁ ଅଧିକ ହୋଇଛି । ଅଧିକ ରୋଗୀ ଆରୋଗ୍ୟ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ ୩୯ ହଜାର ୫୯୯ ରେ ପହଞ୍ଚିଛି । ଆରୋଗ୍ୟ ହାର ମଧ୍ୟ ୭୦.୩୮ ପ୍ରତିଶତରେ ପହଞ୍ଚିଛି।

ଦେଶରେ ପ୍ରକୃତ ସକ୍ରିୟ ରୋଗୀ ସଂଖ୍ୟାଲକ୍ଷ ୪୩ ହଜାର ୯୪୮  ଯାହାକି ମୋଟ ପଜିଟିଭ ସଂଖ୍ୟାର ୨୭.୬୪ପ୍ରତିଶତ। ସେମାନେ ସକ୍ରିୟ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି। ଏହିପରି କ୍ରମାଗତ ଭାବେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପାଖାପାଖି ୧୦ଲକ୍ଷରୁ ଅଧିକ ହୋଇଛି ।

ହସ୍ପିଟାଲ ଉପଚାରର ଗୁଣାତ୍ମକ ମାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ତଥା ରୋଗୀମାନଙ୍କୁ ତୁରନ୍ତ ଆମ୍ବୁଲାଂଶ ଯୋଗେ ଡାକ୍ତରଖାନାରେ ପହଞ୍ଚାଇ ସମୟୋପଯୋଗୀ ଉପଚାର କରାଇବା ଯୋଗୁଁ ମୃତ୍ୟୁହାର ମଧ୍ୟ ଆଶାତୀତ ହ୍ରାସ ପାଇଛି। ଏହା ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ହୋଇ ମାତ୍ର ୧.୯୮ପ୍ରତିଶତରେ ରହିଛି ।

ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ସଫଳ ରଣନୀତି ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୭ ଲକ୍ଷ ୩୩ ହଜାର ୪୪୯ 7 ଟି ନମୁନା ପରୀକ୍ଷା କରାଯାଇପାରିଛି। ଏହାଫଳରେ ମୋଟ ପରୀକ୍ଷଣ ସଂଖ୍ୟା ୨ କୋଟି ୬୦ ଲକ୍ଷ ରୁ  ଅଧିକ ହୋଇଛି। ପ୍ରତି ୧୦ ଲକ୍ଷରେ ଏହା ବର୍ତ୍ତମାନ ହାରାହାରି ୧୮ ହଜାର ୮୫୨ ରହିଛି ।

ସୂଚନାଯୋଗ୍ୟ ଦେଶରେ ନମୁନା ପରୀକ୍ଷାର ସୁବିଧା ପାଇଁ ପରୀକ୍ଷାଗାରଗୁଡିକର ସଂଖ୍ୟା ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ସରକାରୀ କ୍ଷେତ୍ରରେ ୯୪୪ ଓ ଘରୋଇ କ୍ଷେତ୍ରରେ ୪୭୭ ଏହିପରି ମୋଟ ୧୪୨୧ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।  

Share this: