କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ହୃଦଘାତର ମୃତ୍ୟୁ,ସନ୍ଧ୍ୟାରେ ଟିଭି ଡିବେଟରେ ଭାଗ ନେଇଥିଲେ

Share this:

ନୂଆଦିଲ୍ଲୀ : ଆଜି ବୁଧବାର ସନ୍ଧ୍ୟାରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ  ହୃଦଘାତରେ ମୃତ୍ୟୁ ଘଟିଛି। ରାଜୀବ ତ୍ୟାଗୀ ସନ୍ଧ୍ୟା ପାଞ୍ଚଟା ବେଳେ ଏକ ଘରୋଇ ଟିଭି ଚ୍ୟାନେଲରେ ଏକ ବିତର୍କରେ ବସିଥିଲେ, ଯଦିଓ ସେ ସେତେବେଳେ ସାମାନ୍ୟ ବିଚଳିତ ଅନୁଭବ କରିଥିଲେ କିନ୍ତୁ ସୁସ୍ଥ ଥିଲେ। ହୃଦଘାତ ପରେ ତାଙ୍କୁ  ଯଶୋଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ସୂଚନା ପାଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମବେଦନା ଜଣାଇଛନ୍ତି। ତାଙ୍କ ଦେହାନ୍ତରେ ବିଜେପି ନେତା ସମ୍ବିତ  ପାତ୍ର ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମୁଁ ବିଶ୍ଵାସ କରିପାରନି ଯେ କଂଗ୍ରେସ ମୁଖପାତ୍ର ମୋର ବନ୍ଧୁ ରାଜୀବ ତ୍ୟାଗୀ ଆମ ସହ ନାହାଁନ୍ତି। ଆଜି ଅପରାହ୍ନ ୫ ଟାରେ ଆମେ ଦୁହେଁ ଏକାଠି ଏକ ଟିଭି ଚ୍ୟାନେଲରେ ବିତର୍କରେ  ଭାଗନେଇଥିଲୁ। ଜୀବନ ବହୁତ ଅନିଶ୍ଚିତ … ତଥାପି ଶବ୍ଦ ଖୋଜିପାରୁ ନାହିଁ। ହେ…  ଗୋବିନ୍ଦ ରାଜୀବ ଜୀଙ୍କୁ ଆପଣଙ୍କ ଶ୍ରୀ ଚରଣୋରେ ସ୍ଥାନ ଦିଅନ୍ତୁ।

Share this: