ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ ପଜିଟିଭ ଚିହ୍ନଟ,ପଜିଟିଭ ସଂଖ୍ୟା ୪୫୩

Share this:

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ପଜିଟିଭ ସହ ମୋଟ ପଜିଟିଭ ସଂଖ୍ୟା ୪୫୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ଅନୁଗୋଳ  ବ୍ଲକ୍ ଅଞ୍ଚଳରୁ ୬ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୨ଜଣ, କିଶୋରନଗର, କଣିହାଁ ଓ ପାଳଲହଡା ବ୍ଳକ୍ ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ  ବ୍ଳକର ୨ଟି କ୍ଲଷ୍ଟର ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୫ଜଣ ପୁରୁଷଙ୍କ ମଧ୍ୟରେ ଜଣେ ୨୩ ବର୍ଷିୟ ପୁରୁଷ ମାଙ୍ଗାଲୋରରୁ, ଜଣେ ୫୦ ବର୍ଷିୟ ପୁରୁଷ ବାଙ୍ଗାଲୋରରୁ , ଜଣେ ୪୩ ବର୍ଷିୟ ପୁରୁଷ ଗୋଆରୁ , ଜଣେ ୨୨ ବର୍ଷିୟ ପୁରୁଷ ହରିୟାନାରୁ ଓ ଜଣେ ୪୮ ବର୍ଷିୟ ପୁରୁଷ ଦିଲ୍ଲୀରୁ ଫେରି ସଙ୍ଗରୋଧରେ ଥିବା ସମୟରେ ପଜିଟିଭ ଚିହ୍ନଟ ହୋଇଛନ୍ତି। 

ସେହିପରି ଅନୁଗୋଳ ବ୍ଳକରୁ ଜଣେ ୭୪ ବର୍ଷିୟ ପୁରୁଷ ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପଜିଟିଭ ବାହାରିଛି।

ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା  ଜଣଙ୍କ ମଧ୍ୟରେ ଜଣେ ୫୧ ବର୍ଷିୟ ପୁରୁଷ ଢେଙ୍କାନାଳ ଯାଇ କାମ କରୁଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ୨୯ ବର୍ଷିୟ ମହିଳା ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି।

କିଶୋରନଗର ବ୍ଲକ୍ ଅଞ୍ଚଳର ଏକ କ୍ଲଷ୍ଟରର ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ୧୯ ବର୍ଷିୟ ଯୁବକ ସୁରଟରୁ ଫେରି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଣିହାଁ ବ୍ଳକ୍ ଅଞ୍ଚଳର ଜଣେ ୫୫ ବର୍ଷୀୟା ମହିଳା ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ପଜିଟିଭ ଜଣାପଡିଛି। ସେହିପରି ପାଳଲହଡା ବ୍ଳକ୍ ଅଞ୍ଚଳର ଜଣେ ୩୬ ବର୍ଷୀୟ ପୁରୁଷ ଢେଙ୍କାନାଳ ଯାଇ ସେଠାରେ କାମ କରୁଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ତାଙ୍କର ପଜିଟିଭ ହୋଇଥିବା ଜଣାପଡିଛି।

ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ସୁସ୍ଥ ହୋଇଥିବା ୩ଜଣ ଙ୍କୁ ନିଜ ଘରେ ଆଇସୋଲେସନ(Isolation) ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୩୪୪ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୪୭ ରେ ପହଞ୍ଚିଲା।

Share this: