Covid-19 Odisha Report: ଆଜି ଓଡିଶାରୁ ୨୧୦୬ ପଜିଟିଭ ଚିହ୍ନଟ, ୨୩ଜଣଙ୍କ ମୃତ୍ୟୁ

CORONA_virus
Share this:

ଭୁବନେଶ୍ଵର: ଓଡିଶାରେ ବର୍ତ୍ତମାନ କୋଭିଡ-୧୯ (Covid-19) ସଂକ୍ରମଣ କମୁଛି। ଆଜି ୨ ହଜାର ୧୦୬ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୨୪ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୨୨୯ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୮୭୭ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୯୭ଜଣ, ବାଲେଶ୍ଵରରୁ ୪୦ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୪୦ଜଣ, ବଲାଙ୍ଗୀରିରୁ ୬୫ଜଣ, ବୌଦରୁ ୫୫ଜଣ, କଟକରୁ ୧୪୫ଜଣ, ଦେଓଗଡ଼ରୁ ୯ଜଣ, ଢେଙ୍କାନାଳରୁ ୬୧ଜଣ, ଗଜପତିରୁ ୬୪ଜଣ, ଗଞ୍ଜାମରୁ ୩୫ଜଣ, ଜଗତସିଂପୁରରୁ ୩୨ଜଣ, ଯାଜପୁରରୁ ୫୩ଜଣ, ଝାରସୁଗୁଡାରୁ ୫୬ଜଣ, କଳାହାଣ୍ଡିରୁ ୩୬ଜଣ, କନ୍ଧମାଳରୁ ୪୪ଜଣ, କେନ୍ଦ୍ରାପଡ଼ାରୁ ୭୬ଜଣ, କେଉଁଝରରୁ ୪୦ଜଣ, କୋରପୁଟରୁ ୪୫ଜଣ, ମାଲକାନଗିରିରୁ ୭ଜଣ, ମୟୁରଭଞ୍ଜରୁ ୪୨ଜଣ, ନବରଙ୍ଗପୁରୁ ୪୩ଜଣ, ନୟାଗଡ଼ରୁ ୭୦ଜଣ, ନୂଆପଡ଼ାରୁ ୩୮ଜଣ, ପୁରୀରୁ ୩୪ଜଣ, ରାୟଗଡାରୁ ୪୩ଜଣ, ସମ୍ବଲପୁରରୁ ୫୬ଜଣ, ସୋନପୁରରୁ ୩୭ଜଣ, ସୁନ୍ଦରଗଡରୁ ୨୧୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୯ ଲକ୍ଷ ୯୬ ହଜାର ୫୧୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୬୬ ହଜାର ୮୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫ ହଜାର ୩୭୬ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୩୪ ହଜାର ୩୫୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୩ ହଜାର ୬୭୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ୨୩ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୩୪କୁ ବୃଦ୍ଧି ପାଇଛି।

Read Also | School Reopens: ଆସନ୍ତା ୭ରୁ ଖୋଲିବ ସ୍କୁଲ ସହିତ ସମସ୍ତ ଶିକ୍ଷାନୁଷ୍ଠାନ

Share this: