ଆଜି ଅନୁଗୁଳ ଜିଲ୍ଲାରୁ ୪୯୭ଜଣ corona ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଆଜି ଅନୁଗୁଳ (Angul) ଜିଲ୍ଲାରେ ୪୯୭ ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩୩ ହଜାର ୭୪୨ରେ ପହଞ୍ଚିଲା

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ  ମଧ୍ୟରେ କିଶୋରନଗର ବ୍ଲକ୍‌ ଅଂଚଳରୁ ୯୩ଜଣ (୫୩ଜଣ ପୁରୁଷ ଓ ୪୦ଜଣ ମହିଳା), ବଅଁରପାଳ ବ୍ଳକ୍ ଅଂଚଳରୁ ୭୯ଜଣ (୪୭ ଜଣ ପୁରୁଷ ଓ ୩୨ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୬୩ଜଣ (୪୧ଜଣ ପୁରୁଷ ଓ ୨୨ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୬୨ଜଣ (୪୩ଜଣ ପୁରୁଷ ଓ ୧୯ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୫୫ଜଣ (୩୨ଜଣ ପୁରୁଷ ଓ ୨୩ଜଣ ମହିଳା), ଅନୁଗୋଳ ବ୍ଲକ ଅଂଚଳରୁ ୩୬ଜଣ (୨୧ଜଣ ପୁରୁଷ ଓ ୧୫ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୩୬ଜଣ (୨୯ ଜଣ ପୁରୁଷ ଓ ୭ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୨୫ଜଣ (୧୩ ଜଣ ପୁରୁଷ ଓ ୧୨ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୧୮ଜଣ (୧୧ଜଣ ପୁରୁଷ ଓ ୭ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୧୭ଜଣ ( ୧୦ଜଣ ପୁରୁଷ ଓ ୭ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୩ଜଣ (୭ଜଣ ପୁରୁଷ ଓ ୬ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୮୯ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ  ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୧୧୨୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୦୪ଜଣ ମୃତ୍ୟୁବରଣ କଲେଣି।

Also Read | Corona:ରାଜ୍ୟରେ କରୋନା ପଜିଟିଭ ହାର କମିଛି:ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

[amazon_auto_links id=”9939″]
Share this: