Corona:ରାଜ୍ୟରେ କରୋନା ପଜିଟିଭ ହାର କମିଛି:ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Share this:

ଭୁବନେଶ୍ଵର: ରାଜ୍ୟରେ କରୋନା (Corona) ର ସ୍ଥିତି ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ପଜିଟିଭ ହାର (Positivity Rate) କମିଛି। ସେ କହିଛନ୍ତି ଯେ ରାଜ୍ୟରେ ମେ’ ୨୨ରେ ସର୍ବାଧିକ ୧୨ହଜାର  ୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ କୋଭିଡ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି। ଧୀରେ ଧୀରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି। ରାଜ୍ୟରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସେହିପରି ଆଜି ରାଜ୍ୟରେ ୯ ହଜାର ୫୪୧ କରୋନା ଚିହ୍ନଟ ହୋଇଛନ୍ତି। ମେ’ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍‌ ବୋଲି ଧରିବାକୁ ହେବ।

ବର୍ତ୍ତମାନ ସମୟରେ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମୁଛି ଏବଂ ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି। ଆନ୍ଧ୍ର ଓ ପଶ୍ଚିମବଙ୍ଗର ସଂକ୍ରମଣ କମୁଥିଲେ ବି ବିପଦ ରହିଛି। ଏଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାନ୍ତ ସିଲ କରାଯାଇଛି। ଆମ ରାଜ୍ୟର ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ଵର, ବରଗଡ଼ ଆଦି ୯ଟି ଜିଲାରେ ସଂକ୍ରମଣ ରାଜ୍ୟର ୬୦ ପ୍ରତିଶତ  ରହିଛି। ରାଜ୍ୟରେ ପଜିଟିଭି କମି ଆଜି ପର୍ଯ୍ୟନ୍ତ ୧୪%ରେ ପହଞ୍ଚିଛି। ୧୯ଟି ଜିଲାରେ ପଜିଟିଭିଟି ହାର କମୁଛି, ୫ ଜିଲାରେ ୫% ତଳେ ରହିଛି। ଆଗକୁ ପଜିଟିଭିଟି ହାର ଆହୁରି କମିବା ନେଇ ଆମେ ଆଶା କରୁଛୁ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରକାଶ କରିଛନ୍ତି।

ସେହିପରି ଅକ୍ସିଜେନ ଯୋଗାଣରେ ଆମ ରାଜ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୧୮ଟି ରାଜ୍ୟକୁ ଆମେ ୨୫ହଜାର ଟନ ଅକ୍ସିଜେନ ଯୋଗାଇ ଦେଇଛୁ। ଏଥିପାଇଁ ଓଡ଼ିଶା ଗର୍ବିତ।

Also Read | CM ଯୋଗୀଙ୍କ 3T ସୂତ୍ରର ପ୍ରଭାବ UP ରେ ଗତ ୨୪ ଘଣ୍ଟାରେ ମାତ୍ର ୨୨୦୦ ପଜିଟିଭ ଚିହ୍ନଟ

AC_without-Bank_1242x450._CB659868804_SY500_
Share this: