Covid Precaution Dose: ମାଗଣା ଟୀକାର ଅବଧି ଆଉ ମାତ୍ର ୨୭ ଦିନ; ୬ ଜିଲ୍ଲାବାସୀ ଟୀକା ନେବାକୁ ଅନାଗ୍ରହ

Share this:

ଭୁବନେଶ୍ଵର: Covid precaution dose ଦେଶବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ମାଗଣା ବୁଷ୍ଟର ଡୋଜ୍‍ (Booster Dose Vaccine) ଟିକାକରଣର ଅବଧି ଚଳିତମାସ ୩୦ ତାରିଖରେ ଶେଷ ହେବ। ତେଣୁ ତୁରନ୍ତ ଟୀକା ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମାଗଣା ଟୀକାର ଅବଧି ଆଉ ମାତ୍ର ୨୭ ଦିନ ରହିଛି। ସେ ତୁରନ୍ତ ଟୀକା ନେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ବୁଷ୍ଟର ଡୋଜ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ବୁଷ୍ଟର ଡୋଜ୍ ନେଇ ନାହାନ୍ତି। ସେହିପରି ୨୩ ଲକ୍ଷ ୩୨ ହଜାର ଲୋକ ଦ୍ୱିତୀୟ ଡୋଜ ଟୀକା ନେଇନାହାନ୍ତି। ବିଶେଷ କରି ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାବାସୀ ଟୀକା ନେବା ପାଇଁ ଆଗ୍ରହ ଦେଖାଉନାହାନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟରେ ଏପର୍ଯ୍ୟନ୍ତ ୭ କୋଟି ୫୯ ଲକ୍ଷ ୫୭ହଜାରରୁ ଅଧିକ ଡୋଜ୍‍ ଟିକା ପ୍ରଦାନ କରାଯାଇଛି। ୩ କୋଟି ୫୧ ଲକ୍ଷ ୪୦ ହଜାରରୁ ଅଧିକ ପ୍ରଥମ ଡୋଜ୍‍, ୩ କୋଟି ୨୬ ଲକ୍ଷ ୫୩ ହଜାରରୁ ଅଧିକ ଦ୍ୱିତୀୟ ଡୋଜ୍‍ ଏବଂ ୮୧ ଲକ୍ଷ ୬୩ ହଜାର ୩୩୪ ବୁଷ୍ଟର ଡୋଜ୍‍ ଟିକା ଦିଆଯାଇଥିବା ଜଣାଯାଇଛି।

ସେହିପରି ଦେଶରେ ଏପର୍ଯ୍ୟନ୍ତ ୨୧୩ କୋଟି ୪ ଲକ୍ଷ ୬୪ ହଜାରରୁ ଅଧିକ ଡୋଜ୍‍ କୋଭିଡ୍‍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି। ଆଜି  ସୁଦ୍ଧା ୧୦ ଲକ୍ଷରୁ ଲର୍ଦ୍ଧ୍ୱ ଡୋଜ୍‍ ଟିକା ପ୍ରଦାନ କରାଯାଇଛି। ୧୨ରୁ ୧୪ବର୍ଷ ବୟସ ପିଲାଙ୍କୁ ୪କୋଟି ୪ଲକ୍ଷରୁ ଅଧିକ ଡୋଜ୍‍ ଟିକା ଦିଆଯାଇଛି।

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *